କ୍ୟାପିଟଲ୍ ହିଂସାକୁ ଦୃଢ଼ ନିନ୍ଦା କଲେ ଟ୍ରମ୍ପ, କହିଲେ- ‘ଜାନୁଆରୀ ୨୦ରେ ପଦ ଛାଡିବି’

ୱାଶିଂଟନ୍,୦୮/୦୧: ଆମେରିକାର କ୍ୟାପିଟଲ୍ ବିଲ୍ଡିଂ ବା ସଂସଦରେ ହୋଇଥିବା ହିଂସା ଏବଂ ଭଙ୍ଗାରୁଜା ଘଟଣା । ଏହି ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ସାମ୍ନାକୁ ଆସିଛି। ଏହି ଘଟଣାକୁ ସେ କଡ଼ା ନିନ୍ଦା କରିବା ସହିତ ହିଂସା କରୁଥିବା ଲୋକ ଦେଶକୁ ଚଳାଇବାକୁ ଅସମର୍ଥ ଏବଂ ଏହା ଲୋକତନ୍ତ୍ର ପାଇଁ ଏକ ଦାଗ ସଦୃଶ ବୋଲି ଏକ ଭିଡିଓ ବର୍ତ୍ତାରେ ଟ୍ରମ୍ପ କହିଛନ୍ତି। ସେ ସମସ୍ତ ଆମେରିକା ବାସୀଙ୍କ ପରି ମଧ୍ୟ ଦେଶରେ ହିଂସା, ଅରାଜକତା ଆଦିକୁ ପ୍ରଶୟ ଦେଇ ପାରିବୁ ନାହିଁ ବୋଲି କହିଛନ୍ତି।

ସଂସଦର ବିଲ୍ଡିଂକୁ ସୁରକ୍ଷିତ ରଖିବା ଏବଂ ଭିତରେ ପ୍ରବେଶ କରିଥିବା ହିଂସାକାରୀଙ୍କୁ ବାହାର କରିବା ପାଇଁ ସେ ତୁରନ୍ତ ନ୍ୟାସନାଲ୍‌ ଗାର୍ଡ ଏବଂ ପୋଲିସ୍ ଫୋର୍ସକୁ ଆଦେଶ ଦେଇଥିଲେ। ଆମେରିକା ସବୁବେଳେ ଆଇନ୍ ବ୍ୟବସ୍ଥାକୁ ଗୁରୁତ୍ୱର ସହ ପାଳନ କରୁଥିବା ଦେଶ ହେବା ଉଚିତ୍ ବୋଲି ସେ କହିଛନ୍ତି। ଏହା ସହିତ ଟ୍ରମ୍ପ ରାଷ୍ଟ୍ରପତି ପଦ ଛାଡ଼ିବାକୁ ମଧ୍ୟ ପ୍ରସ୍ତୁତ ହୋଇଛନ୍ତି। ସେ ରାଷ୍ଟ୍ରପତି ନିର୍ବାଚନକୁ ମାନି ନେଇଛନ୍ତି। ଏ ନେଇ ସେ କହିଛନ୍ତି ଯେ ୨୦ ଜାନୁଆରୀକୁ ନୂଆ ସରକାର ଗଠନ କରାଯିବ। ଏହା କିପରି ଭାବେ ସୂଚାରୁ ରୂପେ ସଂପାଦନ ହେବ ସେ ନେଇ ଆମେ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିବୁ।

ସୂଚନା ଥାଉ କି, ଟ୍ରମ୍ପଙ୍କ ନିର୍ବାଚନରେ ପରାସ୍ତ ହେବା ପରେ ଠାରୁ ନିଜର ପରାଜୟକୁ ସହଜରେ ଗ୍ରହଣ କରିପାରିନଥିଲେ ତାଙ୍କ ସମର୍ଥକ। ନିର୍ବାଚନ ଫଳାଫଳରେ ଅନିୟମିତତା ହୋଇଥିବା ସେମାନେ ଅଭିଯୋଗ କରିଥିଲେ । ଏ ନେଇ ହ୍ୱାଇଟ ହାଉସ ଓ କ୍ୟାପିଟୋଲ୍‌ ବିଲ୍ଡିଂ ଆଗରେ ସେମାନେ ଧାରଣା ଦେଇଥିଲେ । ଉଭୟ ସ୍ଥଳରେ ପୋଲିସ ସହ ମଧ୍ୟ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା । ତେବେ ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ଓ୍ୱାସିଂଟନ ଡିସିରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଥିଲା । ଏପରିକି ହଙ୍ଗାମା ସ୍ଥଳରେ ହୋଇଥିବା ଗୁଳିମାଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ସମୁଦାୟ ୪ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା ।



from Prameya News7 https://ift.tt/3pZuoLd
କ୍ୟାପିଟଲ୍ ହିଂସାକୁ ଦୃଢ଼ ନିନ୍ଦା କଲେ ଟ୍ରମ୍ପ, କହିଲେ- ‘ଜାନୁଆରୀ ୨୦ରେ ପଦ ଛାଡିବି’ କ୍ୟାପିଟଲ୍ ହିଂସାକୁ ଦୃଢ଼ ନିନ୍ଦା କଲେ ଟ୍ରମ୍ପ, କହିଲେ- ‘ଜାନୁଆରୀ ୨୦ରେ ପଦ ଛାଡିବି’ Reviewed by SUBHENDU BARAL on January 07, 2021 Rating: 5

No comments:

Powered by Blogger.