ଟେସଲା ମୁଖ୍ୟ ଏଲନ ମସ୍କ ହେଲେ ବିଶ୍ବର ସବୁଠୁ ଧନୀ, ଆମାଜନ ଫାଉଣ୍ଡରଙ୍କୁ ପକାଇଲେ ପଛରେ

ନୂଆଦିଲ୍ଲୀ ୮।୧: ଟେସଲା ମୁଖ୍ୟ ଏଲନ୍ ମସ୍କ ହେଲେ ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି । ଆମାଜନ ମୁଖ୍ୟ ଜେଫ୍ ବେଜୋସଙ୍କୁ ସେ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ବ୍ଲୁମ୍ ବର୍ଗର ରିପୋର୍ଟ ଅନୁସାରେ ମସ୍କଙ୍କ ସମ୍ପତ୍ତି ମୂଲ୍ୟ ଏବେ ୧୮୮.୫ ବିଲିୟନ ଡଲାରରେ ପହଞ୍ଚିଛି । ଯାହାକି ବେଜୋସଙ୍କ ସମ୍ପତ୍ତିଠାରୁ ୧.୫ ବିଲିୟନ ଡଲାର ଅଧିକ ।

ଗୁରୁବାର ଏଲନ୍ ମସ୍କଙ୍କ ଟେସଲା କମ୍ପାନୀର ସେୟାର ମୂଲ୍ୟ ୫.୬୫ ପ୍ରତିଶତ ବୃଦ୍ଧି ପାଇବା ଫଳରେ ତାଙ୍କୁ ଆମାଜନଠାରୁ ଟପିବା ଲାଗି ସୁଯୋଗ ସୃଷ୍ଟି କରିଥିଲା । ୨୦୧୭ରୁ ସବୁଠାରୁ ବଡ ଧନୀ ବ୍ୟକ୍ତିର ମାନ୍ୟତା ରଖି ଆସିଥିଲେ ଆମାଜନ୍ ଡଟ୍ କମ୍ ର ମୁଖ୍ୟ ଜେଫ୍ ବେଜୋସ୍ । କିନ୍ତୁ ଦକ୍ଷିଣ ଆଫ୍ରିକାରେ ଜନ୍ମ ଗ୍ରହଣ କରିଥିବା ୪୯ ବର୍ଷ ବୟସ୍କ ଇଞ୍ଜିନିୟର ଏଲନ୍ ମସ୍କ ଏବେ ତାଙ୍କୁ ଟପି ପ୍ରଥମ ସ୍ଥାନକୁ ଆସିଛନ୍ତି । ଘରୋଇ ମହାକାଶ କାର୍ଯ୍ୟକ୍ରମ ପାଇଁ ମସ୍କଙ୍କ ସ୍ପେସ୍ ଏକ୍ସ ବିଶ୍ବବ୍ୟାପୀ ଚର୍ଚ୍ଚାରେ ରହିଛି । ନଭେମ୍ବର ମାସରେ ମସ୍କ ମାଇକ୍ରୋସଫ୍ଟର ବିଲ୍ ଗେଟସଙ୍କୁ ଅତିକ୍ରମ କରିଥିଲେ ।

ଗତ ୧୨ ମାସ ମଧ୍ୟରେ ମସ୍କଙ୍କ ସମ୍ପତ୍ତି ମୂଲ୍ୟରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । ଏହି ସମୟରେ ତାଙ୍କର ୧୫୦ ବିଲିୟନ ଡଲାର ସମ୍ପତ୍ତି ଲାଭ ହୋଇଛି । ଏପରିକି ତାଙ୍କର କମ୍ପାନୀ ଟେସଲାର ସେୟାର ମୂଲ୍ୟ ୭୪୩ ପ୍ରତିଶତ ବୃଦ୍ଧି ଘଟିଛି। ଗତବର୍ଷ ଟେସଲା ୫ ଲକ୍ଷ କାର୍ ନିର୍ମାଣ କରି ପ୍ରତିଯୋଗୀ କମ୍ପାନୀ ଫୋର୍ଡ ଏବଂ ଜେନେରାଲ ମୋଟରସକୁ ବିଗ୍ ଚ୍ୟାଲେଞ୍ଜ ଦେଇଛି । ତେବେ ଆମେରିକାରେ ଇଲେକ୍ଟ୍ରିକ୍ କାର୍ ର ବ୍ୟବହାର ଉପରେ ଡେମୋକ୍ରାଟମାନେ ସେମାନଙ୍କ ନିର୍ବାଚନୀ ଘୋଷଣାରେ ଗୁରୁତ୍ବ ଦେଇଥିଲେ। ଆମେରିକା ନିର୍ବାଚନରେ ଡେମୋକ୍ରାଟ୍ ଜୋ ବାଇଡେନଙ୍କର ବିଜୟ ପରେ ଟେସଲା କମ୍ପାନୀର ସେୟାର ମୂଲ୍ୟରେ ବିଶେଷ ଭାବେ ବୃଦ୍ଧି ଘଟିଥିଲା ।



from Prameya News7 https://ift.tt/3hWwZTE
ଟେସଲା ମୁଖ୍ୟ ଏଲନ ମସ୍କ ହେଲେ ବିଶ୍ବର ସବୁଠୁ ଧନୀ, ଆମାଜନ ଫାଉଣ୍ଡରଙ୍କୁ ପକାଇଲେ ପଛରେ ଟେସଲା ମୁଖ୍ୟ ଏଲନ ମସ୍କ ହେଲେ ବିଶ୍ବର ସବୁଠୁ ଧନୀ, ଆମାଜନ ଫାଉଣ୍ଡରଙ୍କୁ ପକାଇଲେ ପଛରେ Reviewed by SUBHENDU BARAL on January 07, 2021 Rating: 5

No comments:

Powered by Blogger.