ପାଟଣା ୧୦।୦୧: ଧାନଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ଲକ୍ଷାଧିକ ଟଙ୍କାର ଧାନ ପୋଡି ପାଉଁଶ । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ନେଉଳିପଶି ଗାଁରେ ଘଟିଛି ଘଟଣା ।
ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ନେଉଳିପଶି ଗାଁର ଗଣେଶ୍ୱର ମହାନ୍ତ ଓ ସୁବାଶ ଚନ୍ଦ୍ର ମହାନ୍ତଙ୍କ ଧାନ ଖଳାରେ କେହି ଦୁର୍ବୃତ୍ତ ନିଆଁଲଗାଇଦେଇଥିଲା । ଯାହାଫଳରେ ଅମଳ ପାଇଁ ରଖା ଯାଇଥିବା ଶହ ଶହ ଧାନ ବିଡା ଜଳି ପୋଡି ନଷ୍ଟ ହୋଇଯାଇଛି। ଅମଳ ପାଇଁ ଧାନ ବିଡା ଗୁଡିକୁ ଖଳାରେ ରଖାଯାଇଥିବା ବେଳେ ନିଆଁ ଲଗାଇଦେଇଛନ୍ତି ଦୁର୍ବୁତ୍ତ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
from Prameya News7 https://ift.tt/3oIOObr
ଧାନ ଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଲକ୍ଷାଧିକ ଟଙ୍କାର ଧାନ ପୋଡି ପାଉଁଶ
Reviewed by SUBHENDU BARAL
on
January 09, 2021
Rating:

No comments: