କୁହୁଡିର ଚାଦରରେ ଭଦ୍ରକ ସହର, ଗାଡିମଟର ଚଳାଚଳ ପ୍ରଭାବିତ

ଭଦ୍ରକ, ୧୦|୦୧ : ଭଦ୍ରକ ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ କୁହୁଡି ଅନୁଭୂତ ହେଉଛି । ସକାଳ ସମୟରେ ପ୍ରବଳ କୁହୁଡିର ଆସ୍ତରଣ ଜନଜୀବନକୁ ପ୍ରଭାବିତ କରୁଛି । କୁହୁଡି ଯୋଗୁଁ ୧୬ ନମ୍ବର ଜାତୀୟ ରାଜପଥରେ ଗାଡି ଗୁଡିକ ଲାଇଟ ଦେଇ  ଧୀରେ ଧୀରେ ଯାଉଥିବାର ଚିତ୍ର ଦେଖିବାକୁ ମିଳିଛି ।

ସକାଳ ସମୟରେ ଲୋକମାନେ ଘରୁ ବାହାରି ଯିବା ଏକ ପ୍ରକାର ମୁସ୍କିଲ ହୋଇପଡିଛି । କୁହୁଡି ଯୋଗୁଁ, ଗାଡି ଗୁଡିକ ଦିନରେ ଲାଇଟ ଦେଇ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏପରିକି କୁହୁଡିର ଆସ୍ତରଣ ଯୋଗୁଁ ଦୂରରୁ କୌଣସି ବସ୍ତୁ କିମ୍ବା ଲୋକଙ୍କୁ ଦେଖିବା କଷ୍ଟକର ହୋଇପଡିଛି । ଏପରିକି ଗୋଟିଏ ଫୁଟ ଦୂରରେ ମନୁଷ୍ୟ କି କୌଣସି ବସ୍ତୁ ନଜରରେ ଆସୁନଥିବାର ଦେଖିବାକୁ ମିଳିଛି ।



from Prameya News7 https://ift.tt/3owbawA
କୁହୁଡିର ଚାଦରରେ ଭଦ୍ରକ ସହର, ଗାଡିମଟର ଚଳାଚଳ ପ୍ରଭାବିତ କୁହୁଡିର ଚାଦରରେ ଭଦ୍ରକ ସହର, ଗାଡିମଟର ଚଳାଚଳ ପ୍ରଭାବିତ Reviewed by SUBHENDU BARAL on January 09, 2021 Rating: 5

No comments:

Powered by Blogger.