ଲଦାଖରେ ପୁଣି ଉତ୍ତେଜନା : ଚୀନ କହିଲା- ‘ତୁରନ୍ତ ଆମ ଯବାନଙ୍କୁ ଛାଡି ଦିଅ’

ନୂଆଦିଲ୍ଲୀ, ୧୦|୦୧ :  ଶୁକ୍ରବାର ଚୀନର ଜଣେ ସୈନ୍ୟ ଭାରତୀୟ ସୀମାକୁ ପଶି ଆସିଥିଲେ । ଏହାପରେ ଭାରତୀୟ ଯବାନମାନେ ତାଙ୍କୁ ଗିରଫ କରିଥିଲେ । ଏବେ ଚୀନ ସୈନ୍ୟଙ୍କୁ ତୁରନ୍ତ ଫେରାଇବାକୁ ଦାବି କରିଛି ।

ଭାରତୀୟ ଅଧିକାରୀଙ୍କ କହିବାନୁସାରେ, ଶୁକ୍ରବାର ଚୀନର ଜଣେ ସୈନ୍ୟ ଏଲଓସି ଅତିକ୍ରମ କରି ଭାରତର ସୀମା ମଧ୍ୟରୁ ଆସିଥିଲେ । ସେ ପୂର୍ବ ଲଦାଖର ପାଙ୍ଗୋଙ୍ଗ ନିକଟରେ ବୁଲୁଥିଲେ । ସେଠାରୁ ତାଙ୍କୁ ଗିରଫ କରାଯାଇଥିଲା । ଏହି ସୈନିକଙ୍କୁ ଏପରି ସମୟରେ ଗିରଫ କରାଯାଇଛି ଯେତେବେଳେ ସୀମାରେ ଚୀନ୍ ବିପୁଳ ସଂଖ୍ୟାରେ ନିଜ ଯବାନଙ୍କୁ ମୁତୟନ କରିଛି ।  ମେ ମାସରେ ଲଦାଖ ସୀମାରେ ହୋଇଥିବା ଉତ୍ତେଜନା ପରେ ଉଭୟ ଦେଶ ନିଜ ନିଜର ସୈନ୍ୟସଂଖ୍ୟା ବୃଦ୍ଧି କରିଛନ୍ତି ।

ଚୀନ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ତାଙ୍କର ଜଣେ ସୈନ୍ୟ ଭୁଲରେ ଭାରତୀୟ ସୀମାରେ ପ୍ରବେଶ କରିଥିଲେ ।ରାତିର ଅନ୍ଧାରରେ ସେ ଭୌଗଳିକ ସୀମାକୁ ଜାଣି ନପାରି ଏପରି କରିଥିଲେ । ଭାରତକୁ ଏକ ଚୁକ୍ତି କଥା ମନେ ପକାଇ ଚୀନର ଏକ ଓ୍ୱେବସାଇଟରେ ଉଲ୍ଲେଖ ଅଛି ଯେ, ପ୍ରାସଙ୍ଗିକ ବୁଝାମଣାକୁ ପାଳନ କରିବା ଜରୁରୀ । ସମୟ ବରବାଦ ନକରି ଭାରତ ଚୀନ ସୈନ୍ୟଙ୍କୁ ଫେରାଇ ଦେଉ । ଏପରି ହେଲେ ସୀମାରେ ଶାନ୍ତି କାଏମ ରହିବ ବୋଲି ଓ୍ୱେବସାଇଟରେ ଉଲ୍ଲେଖ ରହିଛି ।



from Prameya News7 https://ift.tt/35qtOya
ଲଦାଖରେ ପୁଣି ଉତ୍ତେଜନା : ଚୀନ କହିଲା- ‘ତୁରନ୍ତ ଆମ ଯବାନଙ୍କୁ ଛାଡି ଦିଅ’ ଲଦାଖରେ ପୁଣି ଉତ୍ତେଜନା : ଚୀନ କହିଲା- ‘ତୁରନ୍ତ ଆମ ଯବାନଙ୍କୁ ଛାଡି ଦିଅ’ Reviewed by SUBHENDU BARAL on January 09, 2021 Rating: 5

No comments:

Powered by Blogger.