ଦେଶର ୭ଟି ରାଜ୍ୟରେ ବାର୍ଡ-ଫ୍ଲୁ : ସତର୍କ ରହିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର

ନୂଆଦିଲ୍ଲୀ,୧୦/୦୧: ଉତ୍ତର ପ୍ରଦେଶରେ ବାର୍ଡ-ଫ୍ଲୁ ବା ଏବିୟନ ଇଂଫ୍ଲୁଏଞ୍ଜାର ପ୍ରକୋପ ଜାରି ରହିଥିବା ବେଳେ ଏହାର ନମୂନା ସାତୋଟି ରାଜ୍ୟରେ ମିଳିଛି । ଏ ନେଇ ଗତ ଶନିବାର କେନ୍ଦ୍ର ସ୍ପଷ୍ଟ କରିଛି। ଦିଲ୍ଲୀ, ଚଣ୍ଡିଗଡ଼ ଏବଂ ମହାରାଷ୍ଟ୍ରରେ ବାର୍ଡ ଫ୍ଲୁ  ହେବାର ଆଶଙ୍କା କରାଯାଉଛି । କାରଣ ଏହିସବୁ ସ୍ଥାନ ଗୁଡ଼ିକରୁ ସଂଗ୍ରହ କରାଯାଇଥିବା ନମୂନା ପରୀକ୍ଷା ହେବାକୁ ଯାଇଥିବା କେନ୍ଦ୍ର କହିଛି ।

ଉତ୍ତର ପ୍ରଦେଶ ଛଡ଼ା ଅନ୍ୟ ୬ଟି ରାଜ୍ୟରେ ବାର୍ଡ ଫ୍ଲୁର ନମୂନା ପଜିଟିଭ୍ ଆସିଛି । ସେଗୁଡ଼ିକ ମଧ୍ୟରେ କେରଳ, ରାଜସ୍ଥାନ, ହିମାଚଳ ପ୍ରଦେଶ, ହରିୟାଣା ଏବଂ ଗୁଜୁରାଟ ରହିଛନ୍ତି। ମତ୍ସ୍ୟପାଳନ, ପଶୁପାଳନ ଏବଂ ଡାଏରି ଫାର୍ମିଂ ମନ୍ତ୍ରଣାଳୟ ଏକ ବୟାନ ଜାରି କରି କହିଛି ଯେ, ବର୍ତ୍ତମାନ ୭ଟି ରାଜ୍ୟରେ ବାର୍ଡ ଫ୍ଲୁ ସ୍ପଷ୍ଟ ହୋଇଛି। ବିଭାଗ ଏ ନେଇ ପ୍ରଭାବିତ ରାଜ୍ୟ ଗୁଡ଼ିକ ସହ ପରାମର୍ଶ ଜାରି ରଖିଛି। ଆଗକୁ ଏହି ରୋଗ କିପରି ନ ବ୍ୟାପିବ ସେଥିପ୍ରତି ଧ୍ୟାନ ଦିଆଯାଉଛି।

ଛତିଶଗଡ଼ରେ କୁକୁଡ଼ା ଏବଂ ବଲୋଦ ଜିଲ୍ଲାରେ ବନ୍ୟ ପକ୍ଷୀଙ୍କର ଶୁକ୍ରବାର ରାତି ଓ ଶନିବାର ସକାଳୁ ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହାର ନମୂନା ପରୀକ୍ଷା ପାଇଁ ପ୍ରୟୋଗଶାଳାକୁ ପଠାଯାଇଛି। ଏହାଛଡ଼ା ଦିଲ୍ଲୀର ସଞ୍ଜୟ ହ୍ରଦରେ ବତକଗୁଡ଼ିକଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଛି। ସେମାନଙ୍କ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ମନ୍ତ୍ରଣାଳୟ ଏ ନେଇ କହିଛି ଯେ ମହାରାଷ୍ଟ୍ରର ମୁମ୍ୱାଇ, ଠାଣେ, ଡପୋଲି, ପରଭାନି ଏବଂ ବିଡ୍ ଜିଲ୍ଲାରେ ଶହ ଶହ ସଂଖ୍ୟାରେ କାଉଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ନମୂନା ଭୋପାଳ ସ୍ଥିତ ରାଷ୍ଟ୍ରିୟ ଉଚ୍ଚ ସୁରକ୍ଷା ପଶୁରୋଗ ସଂସ୍ଥାନ ବା  ଆସିଏଆରକୁ ପଠାଯାଇଛି।



from Prameya News7 https://ift.tt/3s9YhKS
ଦେଶର ୭ଟି ରାଜ୍ୟରେ ବାର୍ଡ-ଫ୍ଲୁ : ସତର୍କ ରହିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦେଶର ୭ଟି ରାଜ୍ୟରେ ବାର୍ଡ-ଫ୍ଲୁ : ସତର୍କ ରହିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର Reviewed by SUBHENDU BARAL on January 09, 2021 Rating: 5

No comments:

Powered by Blogger.