ଜଳେଶ୍ୱର ୧୨।୦୧: ବାଲେଶ୍ୱର ଜିଲ୍ଲା ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା। ଅକ୍ସିଜେନ୍ ନଦେବାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
ଖବର ଅନୁଯାୟୀ, ବସ୍ତା ବ୍ଲକ ମଥାନି ଅଞ୍ଚଳର ଜଣେ ରୋଗୀ ୨ ଦିନ ଧରି ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ । ଗତ କାଲି ସନ୍ଧ୍ୟାରେ ଡାକ୍ତର ତାର ଅକ୍ସିଜେନ ଖୋଲି ଦେଇ କୁଆଡେ ଚାଲିଯାଇଥିଲେ । ଅକ୍ସିଜେନ ଖୋଲିବାର ୧୦ ରୁ ୧୫ ମିନିଟ୍ ପରେ ରୋଗୀଙ୍କ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ଯାହାକୁ ଦେଖି ପରିବାର ଲୋକ ମେଡିକାଲରେ ଉପସ୍ଥିତ ଥିବା କର୍ମଚାରୀଙ୍କୁ ଜଣାଇଥିଲେ । କିନ୍ତୁ ସେମାନେ କଥା କୌଣସି ଗୁରୁତର ସହ ନେଇନଥିଲେ । ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଡାକ୍ତରଙ୍କର ଅବହେଳାରୁ ରୋଗୀ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଡାକ୍ତରଖାନ ପରିସରରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳଛି ।
from Prameya News7 https://ift.tt/3oAXUH7
ଅକ୍ସିଜେନ୍ ନଦେବାରୁ ରୋଗୀଙ୍କ ମୃତ୍ୟୁ ! ଡାକ୍ତରଙ୍କ ଅବେହଳାକୁ ଦାୟୀ କରି ତାତିଲେ ସମ୍ପର୍କୀୟ
Reviewed by SUBHENDU BARAL
on
January 11, 2021
Rating:

No comments: