ଟିକା ନେବା ଉଚିତ ବୋଲି କହିଲେ ଜୟନ୍ତ Chandan Kumar Shishu

ଭୁବନେଶ୍ୱର: ଟିକାକରଣ ନେଇ ଲୋକଙ୍କ ମନରେ ଉଠୁଥିବା ପ୍ରଶ୍ନ ଓ ଦ୍ୱନ୍ଦ୍ୱ ଦୂର କରିବାକୁ ପ୍ରୟାସ କରିଛି ସ୍ୱାସ୍ଥ୍ୟ ବିଭାଗ। ଏକ୍ ପ୍ରେସମିଟ୍‌ରେ ସୂଚନା ଦିଆଯାଇଛି ଯେ, ଗର୍ଭବତୀମାନେ ବି ଟିକା ନେଇପାରିବେ, କିନ୍ତୁ ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡ଼ିବ। ୧୮ ବର୍ଷରୁ ଅଧିକ ବୟସ ହୋଇଥିଲେ ହିଁ ଟିକା ନେଇପାରିବେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ କୋଭିଡ୍ ଟିକା ମାଗଣାରେ ଦିଆଯିବାକୁ ଥିବା ବେଳେ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟିକା ଦେବାର ବ୍ୟବସ୍ଥା ବର୍ତ୍ତମାନ ନାହିଁ କିନ୍ତୁ ଅନ୍ୟ କୋଭିଡ୍ ଯୋଦ୍ଧା ଓ ବୟସ୍କମାନଙ୍କୁ ମାଗଣାରେ ଟିକା ଯୋଗାଇ ଦିଆଯିବ। କମ୍ ସମୟ ମଧ୍ୟରେ ଟିକା ଆସିଥିବାରୁ ତାକୁ ନେଇ ଯେଉଁ ପ୍ରଶ୍ନ ଉଠୁଛି ତାର ଉତ୍ତର ରଖିଛି ସ୍ୱାସ୍ଥ୍ୟ ବିଭାଗ। କୋଭିଡ୍ ଭ୍ୟାକସନ୍ ନିରାପଦ ଓ ଫଳପ୍ରଦ ଯଦିଓ ଟିକା ନେବା ବାଧ୍ୟତାମୂଳକ ନୁହେଁ କିନ୍ତୁ ଟିକା ନେବା ଉଚିତ୍ ବୋଲି କୁହାଯାଇଛି। ତେବେ ଅତି ଗୁରୁତର ରୋଗୀ ଓ ଯେଉଁମାନଙ୍କର ଟିକା ପ୍ରତି ଆଲର୍ଜି ରହିଛି ସେମାନଙ୍କୁ କୋଭିଡ୍ ଟିକା ଦିଆଯିବ ନାହିଁ।

ରାଜ୍ୟରେ କିଭଳି କରୋନା ଟିକାକରଣ ଓ କିପରି ପର୍ଯ୍ୟାୟ କ୍ରମେ କରୋନା ଟିକା ଦିଆଯିବ, ଏନେଇ ସୂଚନା ଦେଇଛନ୍ତି SCB ମେଡିସିନ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା। ସେ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟ ଟିକାକରଣରେ ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ପରିବାରକୁ ଟିକା ମିଳିବନି। କେବଳ ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ କର୍ମୀଙ୍କୁ ଟିକା ମିଳିବ। ପ୍ରଥମେ ସ୍ୱାସ୍ଥ୍ୟ କର୍ମୀଙ୍କୁ ସୁରକ୍ଷିତ କରିବା ପରେ, ପରିବାର ସାମିଲ ହେବେ। ଏହି ଟିକା ନିରାପଦ ଏବଂ ଫଳପ୍ରଦ। ଟିକା ନେବା ଉଚିତ ବୋଲି ଡାକ୍ତର ପଣ୍ଡା କହିଛନ୍ତି। ଏହା ଟିକା ନେବା ଇଚ୍ଛାଧୀନ, ଏହା ବାଧ୍ୟତାମୂଳକ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି।

ତେବେ ଯେଉଁ ଟିକା ନେବେ, ୨୮ ଦିନ ପରେ ସେହି ଟିକାର ୨ୟ ଡୋଜ୍ ନେବେ। ଟିକା ପାଇଁ ପଂଜୀକରଣ ଜରୁରୀ ଅଟେ। ପଂଜୀକରଣ କଲେ ମୋବାଇଲକୁ ମେସେଜ୍ ଆସିବ। ମୋବାଇଲରେ କେଉଁଠି, କେଉଁଦିନ ଟିକା ଦିଆଯିବ ମେସେଜ୍ ଆସିବ। ଆବଶ୍ୟକ ପରିଚୟପତ୍ର ଦେଖାଇ ଟିକାଦାନ କେନ୍ଦ୍ରରୁ ଟିକା ନେଇହେବ।

ଆଇସ୍ ଲାଇନ୍ଡ ରେଫ୍ରିଜେଟର୍ ବା ILR ପ୍ରସ୍ତୁତ। କୋ-ଓ୍ୱିନ୍ ୱେବସାଇଟ୍ ବି ପ୍ରସ୍ତୁତ। ଟିକା ପାଇଁ ନାଁ ପଞ୍ଜୀକରଣ କରିଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଡାଟା ବି ଚୂଡ଼ାନ୍ତ। ବ୍ରହ୍ମପୁର ସିଟି ହସ୍ପିଟାଲ୍‌, ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବି ଟିକାକରଣ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ବିଭିନ୍ନ ସ୍ଥାନରେ ଟିକାକରଣ ପାଇଁ ଦିଆଯାଉଛି ତାଲିମ। ରାଜ୍ୟର ୧୬୦ଟି କେନ୍ଦ୍ରରେ ଟିକାକରଣର ବ୍ୟବସ୍ଥା କରାଯାଇଛି। ଭ୍ୟାକ୍ସିନେସନ୍‌ର ପ୍ରଥମ ଦିନ ଅର୍ଥାତ ୧୬ ତାରିଖରେ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟ ଓ କ୍ୟାପିଟାଲ୍ ହସପିଟାଲରେ ଟୁ-ୱେ କମ୍ୟୁନିକେସନ୍ ବ୍ୟବସ୍ଥା ରହିବ। ଅର୍ଥାତ କେନ୍ଦ୍ର ସରକାର ସିଧାସଳଖ ଟିକାକରଣ ନେଇ ଫିଡ୍‌ବ୍ୟାକ୍ ନେଇପାରିବେ। ପ୍ରତି କେନ୍ଦ୍ରରେ ଦୈନିକ ୧୦୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ୧୬ରେ ଟିକାକରଣ ଆରମ୍ଭ ହେବାକୁ ଥିବା ବେଳେ ତାର ଦୁଇ ତିନି ପୂର୍ବରୁ ଟିକା ପହଞ୍ଚିବ। ଟିକାକରଣର ସୁପରିଚାଳନା ପାଇଁ ଗଠନ ହୋଇଛି ଷ୍ଟେଟ୍ ମନିଟରିଂ ଟିମ୍। ଟିମ୍ ସଦସ୍ୟମାନେ ଜିଲ୍ଲାସ୍ତରରେ ଟିକାକରଣର ମନିଟରିଂ କରିବେ। କୋଭିଡ୍ ଟିକାକରଣ ପାଇଁ ଆସନ୍ତା ୧୭, ୧୮ ଓ ୧୯ରେ ହେବାକୁ ଥିବା ପଲସ୍ ପୋଲିଓ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି।

The post ଟିକା ନେବା ଉଚିତ ବୋଲି କହିଲେ ଜୟନ୍ତ appeared first on OTV Khabar..



from OTV Khabar. https://ift.tt/3q9nGCy
ଟିକା ନେବା ଉଚିତ ବୋଲି କହିଲେ ଜୟନ୍ତ Chandan Kumar Shishu ଟିକା ନେବା ଉଚିତ ବୋଲି କହିଲେ ଜୟନ୍ତ Chandan Kumar Shishu Reviewed by SUBHENDU BARAL on January 11, 2021 Rating: 5

No comments:

Powered by Blogger.