ପେଟ୍ରୋଲ ଟାଙ୍କି ମାଲିକଙ୍କ ଘରେ ଡକାୟତି, ବନ୍ଧୁକ ମୁନରେ ଲୁଟିନେଲେ ଟଙ୍କା ଓ ସୁନା ଗହଣା

କଳାହାଣ୍ଡି, ୧୦|୦୧ : କଳାହାଣ୍ଡି ଜିଲ୍ଲା ବୋର୍ଡ ଗାଁରେ ଶନିବାର  ବିଳମ୍ଵିତ ରାତିରେ ଜଣେ ପେଟ୍ରୋଲ ଟାଙ୍କି ମାଲିକଙ୍କ ଘରେ ଲୁଟ୍ ହୋଇଛି । ଦୁର୍ବତ୍ତମାନେ ଘରେ ପଶି ବନ୍ଧୁକ ମୁନରେ ଡକାୟତି କରିଛନ୍ତି।

ବୋର୍ଡ଼ ଫାଣ୍ଡି ଅନ୍ତର୍ଗତ ବୋର୍ଡ଼ ଗାଁର ରାଜୁ ଜୈନଙ୍କ ଘରୁ ଏହି ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ୫ ଜଣ ଦୁର୍ବୃତ୍ତ ରାତି ୧୨ଟା ରୁ ୧ ଟା ମଧ୍ୟରେ ଘର ତଳ ମହଲାରେ ପୁଅ ଓ ସ୍ତ୍ରୀ କୁ କୋଠରୀରେ ପଶି ସେମାନଙ୍କ  ଆକ୍ରମଣ କରିଥିଲେ । ଆକ୍ରମଣ କରି ନଗଦ ଟଙ୍କା ଓ ସୁନା ଲୁଟି ନେଇଛନ୍ତି।

ଘଟଣାସ୍ଥଳରେ ପୋଲିସ ପହଚି ତଦନ୍ତ ଆରମ୍ଭ କରିଛି। ଗତ ୨୬ ତାରିଖ ମୋଟେର ଗାଁରେ ଡକାୟତି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ହାତ ଖାଲିଥିବା ବେଳେ ପୁଣି ଗ୍ରାମାଞ୍ଚଳରେ ଡକାୟତି ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।



from Prameya News7 https://ift.tt/2Lhlavf
ପେଟ୍ରୋଲ ଟାଙ୍କି ମାଲିକଙ୍କ ଘରେ ଡକାୟତି, ବନ୍ଧୁକ ମୁନରେ ଲୁଟିନେଲେ ଟଙ୍କା ଓ ସୁନା ଗହଣା ପେଟ୍ରୋଲ ଟାଙ୍କି ମାଲିକଙ୍କ ଘରେ ଡକାୟତି, ବନ୍ଧୁକ ମୁନରେ ଲୁଟିନେଲେ ଟଙ୍କା ଓ ସୁନା ଗହଣା Reviewed by SUBHENDU BARAL on January 09, 2021 Rating: 5

No comments:

Powered by Blogger.