ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାରେ ୯ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଗୁରୁତରଙ୍କୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରାଯାଥିଲା। ତେବେ ୨ ଗୁରୁତରଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ଜଣଙ୍କର ମୃତ୍ୟୁ ଘଟିଛି। ଏ ନେଇ SCB ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି।
ମୃତକ ଜଣକ ହେଲେ ଗଞ୍ଜାମ ଜିଲ୍ଲାର ସତ୍ୟ ନାୟକ। ଗତକାଲି ବିସ୍ଫୋରଣରେ ତାଙ୍କ ଶରୀରର ୬୦ ପ୍ରତିଶତ ପୋଡ଼ି ଯାଇଥିଲା ବୋଲି ସୂଚନା ମିଳିଛି।
ଗତକାଲି ଅପରାହ୍ନରେ ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ଭୟଙ୍କର ବ୍ଲାଷ୍ଟ୍ ହୋଇ ନିଆଁ ଲାଗିବା ପରେ ହୁତୁ ହୁତୁ ହୋଇ ଜଳିଥିଲା ପେଟ୍ରୋଲ ପମ୍ପ। ସ୍ଥାନୀୟ IOCL ପେଟ୍ରୋଲ୍ ପମ୍ପରେ ଘଟିଥିବା ଏହି ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ପୁରା ପେଟ୍ରୋଲ୍ ପମ୍ପ ଛାରଖାର ହୋଇଯିବା ସହିତ ପ୍ରାୟ ଅଧ କିଲୋମିଟର ପରିଧିରେ ଥିବା ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଥିଲା।
The post ପେଟ୍ରୋଲ୍ ପମ୍ପରେ ବ୍ଲାଷ୍ଟ୍ ଘଟଣା; ଜଣେ ମୃତ appeared first on OTV Khabar..
from OTV Khabar. https://ift.tt/3lsIEKr
No comments: