ମୁମ୍ବାଇ: କରୋନାରୁ ସୁସ୍ଥ ହେଲେ ବଲିଉଡ୍ ଅଭିନେତା ଅର୍ଜୁନ୍ କପୁର୍। ସେପ୍ଟେମ୍ବର ୬ରେ ସେ କରୋନା ସଂକ୍ରମିତ ହେଇଥିଲେ। ଯାହାର ସୂଚନା ସେ ତାଙ୍କ ଇନ୍ଷ୍ଟାଗ୍ରାମରେ ଦେଇଥିଲେ। ଇନ୍ଷ୍ଟାରେ ଏକ ପୋଷ୍ଟ କରି ସେ ଲେଖିଥିଲେ ଏହା ମୋର ଦାୟିତ୍ୱ ଯେ ମୁଁ ଆପଣଙ୍କୁ ଜଣାଇବି ମୁଁ କରୋନା ସଂକ୍ରମିତ। ମୋର କୌଣସି ଲକ୍ଷଣ ନଥିଲା। ଡାକ୍ତରଙ୍କ ପରାମର୍ଶ ନେଇ ମୁଁ ଏବେ ହୋମ୍ ଆଇସୋଲେସନ୍ରେ ଅଛି। ଆଗକୁ ମୁଁ ମୋ ସ୍ୱାସ୍ଥ୍ୟ ସମ୍ପର୍କିତ ଖବର ଆପଣଙ୍କୁ ଜଣେଇବି।
ତେବେ ମାସେ ପରେ ଅର୍ଜୁନ୍ କରୋନା ମୁକ୍ତ ହୋଇଯାଇଛନ୍ତି। ତାଙ୍କ ସୁସ୍ଥ ଖବର ମଧ୍ୟ ସେ ଇନ୍ଷ୍ଟା ପୋଷ୍ଟ ମାଧ୍ୟମରେ ଜଣାଇଛନ୍ତି।
ଇନଷ୍ଟା ପୋଷ୍ଟରେ ଅଜୁର୍ନ ଲେଖିଛନ୍ତି, ମୁଁ ଏବେ ସଂପୂର୍ଣ୍ଣ କରୋନା ମୁକ୍ତ ହୋଇଛି। ମୋର ରିପୋର୍ଟ ନେଗେଟିଭ ଆସିଛି। ଏହେ ମୁଁ ପୁଣି ଥରେ କାମ ଆରମ୍ଭ କରିପାରିବି। ଆପଣମାନଙ୍କ ଶୁଭେଚ୍ଛା, ପ୍ରାର୍ଥନା ଏବଂ ଆଶୀର୍ବାଦ ପାଇଁ ଅଶେଷ ଅଶେଷ ଧନ୍ୟବାଦ। ଏହି ଭୂତାଣୁ ଅତ୍ୟନ୍ତ ମାରାତ୍ମକ। ଏହାକୁ ଗମ୍ଭରତାର ସହ ନିଅନ୍ତୁ। ସବୁବେଳେ ମାସ୍କ ପିନ୍ଧନ୍ତୁ। ଯେଉଁ କରୋନା ଯୋଦ୍ଧାମାନେ ଆଗରେ ରହି ଆମକୁ ସୁରକ୍ଷା ଦେଉଛନ୍ତି, ସେମାନଙ୍କୁ ମୁଁ ସଲାମ କରୁଛି।
ତେବେ କିଛି ଦିନ ପୂର୍ବରୁ ଆର୍ଜୁନ୍ଙ୍କ ଗର୍ଲଫ୍ରେଣ୍ଟ ମଲାଇକା ଆରୋରା ମଧ୍ୟ କୋଭିଡ୍ରୁ ନେଗେଟିଭ୍ ହୋଇ ଶୁଟିଂ ସେଟ୍କୁ ଫେରିଥିଲେ।
The post କରୋନାକୁ ହାଲ୍କାରେ ନେବାକୁ ମନାକଲେ ଅର୍ଜୁନ୍ appeared first on OTV Khabar..
from OTV Khabar. https://ift.tt/34Ep6vA
No comments: