ଆଜି ୮୮ତମ ବାୟୁସେନା ଦିବସ, ଫ୍ଲାଏପାଷ୍ଟରେ ଭାଗ ନେବ ନବାଗତ ରାଫେଲ୍ OTV KHABAR BUREAU

ନୂଆଦିଲ୍ଲୀ: ଆଜି ୮୮ତମ ବାୟୁସେନା ଦିବସ। ଏହି ଦିବସ ପାଳନ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଛି ଭାରତୀୟ ବାୟୁସେନା। ଏଥିପାଇଁ ଆଜି ଗାଜିଆବାଦ ହିଣ୍ଡନ ଏୟାରବେସ୍‌ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଚଳିତବର୍ଷ ବାୟୁସେନା ଦିବସରେ ପ୍ରମୁଖ ଆକର୍ଷଣ ହେବ ନବାଗତ ରାଫେଲ୍। ବାୟୁସେନା ଦିବସ ପାଳନ ଅବସରରେ ଫ୍ଲାଏପାଷ୍ଟରେ ଭାଗ ନେବ ରାଫେଲ। ତେଜସ୍ ସୁଖୋଇ ସହ ଏହା ବିଜୟ ଫର୍ମେସନ୍‌ରେ ଉଡ଼ିବ।

ପୂର୍ବରୁ ଫୁଲ୍‌ଡ୍ରେସ୍ ରିହର୍ସାଲ୍ ବେଳେ ରାଫେଲ୍ କେବଳ ପରେଡ୍ ଗ୍ରାଉଣ୍ଡରେ ପ୍ରଦର୍ଶିତ ହୋଇଥିଲା। ବାୟୁସେନା ଦିବସରେ ମୋଟ ୫୬ଟି ବିମାନ ଫ୍ଲାଏପାଷ୍ଟ କରିବାକୁ ଥିବା ବେଳେ, ସେଥିମଧ୍ୟରେ ୧୯ଟି ଫାଇଟର୍ ଏୟାରକ୍ରାଫ୍ଟ, ୭ଟି ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଓ ୧୯ଟି ହେଲିକପ୍ଟର ରହିଛି।  ତେବେ ମଙ୍ଗଳବାର ଦିନ ଫୁଲ ଡ୍ରେସ ରିହର୍ସାଲ ବେଳେ ସୁଖୋଇ, ମିଗ୍, ଆପାଚେ ଓ ଚିନୁକ୍ ସମେତ ବହୁ ବିମାନ ଓ ହେଲିକପ୍ଟର ଆକାଶରେ କଳାକୌଶଳ ପ୍ରଦର୍ଶନ କରିଥିଲେ।

ତେଜସ୍, ମିଗ୍ ଓ ସୁଖୋଇରେ ବାୟୁବୀର ଆକର୍ଷଣୀୟ କଳାବାଜି ଦେଖାଇଥିଲେ। ଲଢ଼ୁଆ ହେଲିକପ୍ଟରର ଭଳିକି ଭଳି ଷ୍ଟଣ୍ଟ୍ ଦେଖି ବିସ୍ମିତ ହୋଇଥିଲେ। ଦର୍ଶକ ଉତ୍ତରପ୍ରଦେଶ ଗାଜିଆବାଦ ସ୍ଥିତ ହିନ୍ଦୋନ୍ ବାୟୁସେନା ଘାଟିରେ ଫୁଲଡ୍ରେସ ରିହର୍ସାଲ ହୋଇଥିଲା। ୧୯୩୨ ମସିହାରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ବାୟୁସେନା।

The post ଆଜି ୮୮ତମ ବାୟୁସେନା ଦିବସ, ଫ୍ଲାଏପାଷ୍ଟରେ ଭାଗ ନେବ ନବାଗତ ରାଫେଲ୍ appeared first on OTV Khabar..



from OTV Khabar. https://ift.tt/3nscDDP
ଆଜି ୮୮ତମ ବାୟୁସେନା ଦିବସ, ଫ୍ଲାଏପାଷ୍ଟରେ ଭାଗ ନେବ ନବାଗତ ରାଫେଲ୍ OTV KHABAR BUREAU ଆଜି ୮୮ତମ ବାୟୁସେନା ଦିବସ, ଫ୍ଲାଏପାଷ୍ଟରେ ଭାଗ ନେବ ନବାଗତ ରାଫେଲ୍ OTV KHABAR BUREAU Reviewed by SUBHENDU BARAL on October 07, 2020 Rating: 5

No comments:

Powered by Blogger.