କୋଭିଡ୍‌ ହସ୍ପିଟାଲ୍‌ରୁ କରୋନା ରୋଗୀ ନିଖୋଜ Rajalaxmi Sahoo

ଅନୁଗୁଳ: କରୋନାରେ ଆକ୍ରାନ୍ତ ହୋଇ ତାଳଚେରର ଏକ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କର ପତ୍ତା ମିଳୁ ନ ଥିବା ଅଭିଯୋଗ ହୋଇଛି। ନିଖୋଜ ବ୍ୟକ୍ତି ହେଲେ ଅନୁଗୁଳ ଜିଲ୍ଲା ଘଣ୍ଟପଡ଼ାର ମହରଗା ନାଏକ।

ସୂଚନା ଅନୁସାରେ, ସେପ୍ଟେମ୍ବର ୩୦ରେ ମହରଗା କରୋନାରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ଲାଗି ତାଙ୍କୁ ତାଳଚେରର ଏକ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅକ୍ଟୋବର ୭ରେ ତାଙ୍କୁ ଡିସ୍‌ଚାର୍ଜ କରାଯିବାର ଥିଲା। ତେଣୁ ପରିବାର ଲୋକେ ହସ୍ପିଟାଲ୍‌ରେ ପହଞ୍ଚି ବାହାରେ ତାଙ୍କୁ ଅପେକ୍ଷା କରିଥିଲେ। ହେଲେ ସେ ହସ୍ପିଟାଲ୍‌ ଭିତରୁ ଆସିନଥିଲେ। ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଯିବା ସହ ଖୋଜାଖୋଜି ଆରମ୍ଭ ହୋଇଥିଲା।

ମହରଗାଙ୍କ ପୁଅ ହସ୍ପିଟାଲ ଭିତରକୁ ଯାଇ ମଧ୍ୟ ଖୋଜାଖୋଜି କରିଥିଲେ। ହେଲେ ତାଙ୍କର କୌଣସି ପତ୍ତା ମିଳି ପାରିନଥିଲା। ଏସମ୍ପର୍କରେ ମହରଗାଙ୍କ ପରିବାର ଲୋକ ନିଜ ପଞ୍ଚାୟତର ସରପଞ୍ଚଙ୍କୁ ଜଣାଇଥିଲେ।

ସରପଞ୍ଚ ଏନେଇ ହସ୍ପିଟାଲ ପରିଚାଳକଙ୍କୁ ଯୋଗାଯୋଗ କରିଥିଲେ ବି ସହଯୋଗ ମିଳିନଥିବା ଅଭିଯୋଗ ହୋଇଛି। ଏହାପରେ ପୋଲିସ ଓ ପ୍ରାଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମହରଗାଙ୍କ କୌଣସି ପତ୍ତା ମିଳିପାରିନାହିଁ। ଫଳରେ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। 

The post କୋଭିଡ୍‌ ହସ୍ପିଟାଲ୍‌ରୁ କରୋନା ରୋଗୀ ନିଖୋଜ appeared first on OTV Khabar..



from OTV Khabar. https://ift.tt/3iEAoF7
କୋଭିଡ୍‌ ହସ୍ପିଟାଲ୍‌ରୁ କରୋନା ରୋଗୀ ନିଖୋଜ Rajalaxmi Sahoo କୋଭିଡ୍‌ ହସ୍ପିଟାଲ୍‌ରୁ କରୋନା ରୋଗୀ ନିଖୋଜ Rajalaxmi Sahoo Reviewed by SUBHENDU BARAL on October 08, 2020 Rating: 5

No comments:

Powered by Blogger.