ସମ୍ବଲପୁର୯/୧୦: ହସ୍ପିଟାଲ ପରିସରରେ ଡାକ୍ତର ଏବଂ ଡାକ୍ତରଙ୍କ ମଧ୍ୟରେ ମାରପିଟ୍। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁ ଭିଡିଓରେ ଜଣେ ମହିଳା ଡାକ୍ତର ଜଣେ ପୁରୁଷ ଡାକ୍ତରଙ୍କୁ ଚପଲରେ ପିଟୁଛନ୍ତି। ଏହାପରେ ପୁରୁଷ ଡାକ୍ତର ଜଣଙ୍କ ରାଗରେ ମହିଳା ଡାକ୍ତରଙ୍କ ଉପରକୁ ଆକ୍ରମଣ କରୁଛନ୍ତି।ଘଟଣାସ୍ଥଳରେ ଥିବା ଜଣେ ଅନ୍ୟ ଜଣେ ବ୍ୟକ୍ତି ଦୁଇଜଣଙ୍କୁ ବୁଝାଉଛନ୍ତି।କେଉଁ କାରଣରୁ ଉଭୟଙ୍କ ମଧ୍ୟରେ ମାରପିଟ୍ ଲାଗିଛନ୍ତି, ତାହାର କାରଣ ଜଣାପଡି ନାହିଁ।ଏପରି କି ଏ ନେଇ ବୁର୍ଲା ଥାନାରେ ମଧ୍ୟ କୌଣସି ଏତଲ ଦିଆଯାଇ ନାହିଁ। ମିଳିଥିବା ସୂଚନା ଅନୁସାରେ ଏହି ଭିଡିଓଟି ମେଡିକାଲ କଲେଜ (ଭୀମସାର)ରେ ବୋଲି ଜଣାପଡିଛି। ଏହି ଭାଇରାଲ ଭିଡିଓ ଘଟଣାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି।
from Prameya News7 https://ift.tt/2GEIbWD
ଡାକ୍ତରଙ୍କ ମାରପିଟ୍ ଭିଡିଓ ଭାଇରାଲ: ପୁରୁଷ ଡାକ୍ତରଙ୍କୁ ଚପଲରେ ପିଟିଲେ ମହିଳା ଡାକ୍ତର
Reviewed by SUBHENDU BARAL
on
October 08, 2020
Rating:

No comments: