ଭୁବନେଶ୍ୱର: ଯୌତୁକ ନିର୍ଯାତନା ଅଭିଯୋଗରେ ଜଣେ ସେନା ଅଧିକାରୀଙ୍କୁ ଭୁବନେଶ୍ୱର ମହିଳା ଥାନା ପୋଲିସ୍ ଗିରଫ କରିଛି। ତାଙ୍କ ନାଁ ସୌମ୍ୟରଞ୍ଜନ ପତି। ସେ ଜଣେ ମେଜର ବୋଲି ଜଣାପଡ଼ିଛି। ପତ୍ନୀଙ୍କ ଏତଲା ଆଧାରରେ ପୋଲିସ୍ ସୌମ୍ୟରଞ୍ଜନଙ୍କୁ ଗିରଫ କରିଥିବା ସୂଚନା ମିଳିଛି।
ସୌମ୍ୟରଞ୍ଜନ ଫରିଦାବାଦରେ କାର୍ଯ୍ୟରତ ଥିଲେ। ତାଙ୍କ ବିରୋଧରେ ଯୌତୁକ ଓ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ। ଏନେଇ ଥାନାରେ ଏତଲା ଦେବା ପରେ ପୋଲିସ୍ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି।
ଏହି ଘଟଣାକୁ ନେଇ ସୌମ୍ୟରଞ୍ଜନଙ୍କ ପତ୍ନୀ କହିଛନ୍ତି, ‘୪ ବର୍ଷ ହେଲାଣି ମୁଁ ଲଢ଼େଇ କରି ଆସୁଛି। ବାଧ୍ୟ ହୋଇ ଯେତେବେଳେ ମୋ ସ୍ୱାମୀ ମୋର କୌଣସି କଥାକୁ ସ୍ୱୀକାର କଲେ ନାହିଁ ଏବଂ ମୋ ଉପରେ ଯନ୍ତ୍ରଣା ବଢ଼ି ଚାଲିଲା ଶେଷରେ ବାଧ୍ୟ ହୋଇ ମୁଁ ଆଇନ୍ର ଆଶ୍ରୟ ନେଲି।’
ଗିରଫ ପରେ ସେନା ଅଧିକାରୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ମାମଲାର ଶୁଣାଣି ପାଇଁ ଗତକାଲି ରାତିରେ କୋର୍ଟ ଖୋଲା ଯାଇଥିଲା। ତେବେ ସୌମ୍ୟରଞ୍ଜନଙ୍କ ଜାମିନ ନାମଞ୍ଜୁର ସହ ତାଙ୍କୁ ଆର୍ମି କଷ୍ଟୋଡିକୁ କୋର୍ଟ ପଠାଇଥିବା ଅଭିଯୋଗକାରିଣୀଙ୍କ ଓକିଲ କହିଛନ୍ତି।
The post ଯୌତୁକ ନିର୍ଯାତନା ଅଭିଯୋଗରେ ସେନା ଅଧିକାରୀ ଗିରଫ appeared first on OTV Khabar..
from OTV Khabar. https://ift.tt/33G0Vh2
No comments: