ଭୁବନେଶ୍ୱର: ଆଜି ସକାଳ ୯ଟାରେ ସମସ୍ତ ମନ୍ଦିର ଓ ସେବାୟତଙ୍କ ଘରେ ୯ ମିନିଟ ପାଇଁ ବାଜିବ ଘଣ୍ଟଘଣ୍ଟା। କରୋନା କଟକଣା ଭିତରେ ମନ୍ଦିର ଖୋଲିବାକୁ ଦାବି କରାଯାଇ ଏଭଳି ନିଷ୍ପତ୍ତି ନିଆଯାଇଛି।
ଭୁବନେଶ୍ୱରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ମନ୍ଦିର ଖୋଲନ୍ତୁ ନ ହେଲେ ସେବାୟତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ ବୋଲି ସଂଘ ପକ୍ଷରୁ ଦାବି ହୋଇଛି।
ଅନ୍ୟପକ୍ଷେ, ଶ୍ରୀମନ୍ଦିର ଖୋଲିବାକୁ ଦାବି କରି ଗତକାଲି ସିଂହଦ୍ୱାର ସାମ୍ନାରେ ସେବାୟତମାନେ ଧାରଣାରେ ବସିଥିଲେ। ଧାରଣାରେ ବସିଥିବା ସେବାୟତଙ୍କ ସହ ପୁରୀ ଉପଜିଲ୍ଲାପାଳ ଓ ଶ୍ରୀମନ୍ଦିର ନୀତି ପ୍ରଶାସକ ଆଲୋଚନା କରିଥିଲେ।
ଛତିଶା ନିଯୋଗ ବୈଠକରେ ତର୍ଜମା କରାଯାଇ ଆର୍ଥିକ ସହାୟତା ଓ ଉତ୍ତର ଦ୍ୱାର ବାହାରେ କିଭଳି ମହାପ୍ରସାଦ ବିକ୍ରି ସହଜରେ ହୋଇପାରିବ ସେନେଇ ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଛି।
The post ଓଡ଼ିଶାରେ ମନ୍ଦିର ଖୋଲିବା ଦାବି: ଆଜି ସକାଳ ୯ଟାରେ ବାଜିବ ଘଣ୍ଟଘଣ୍ଟା appeared first on OTV Khabar..
from OTV Khabar. https://ift.tt/30FdUxz
No comments: