‘ବାବା କା ଢାବା’ରେ ଗ୍ରାହକଙ୍କ ଲମ୍ବା ଲାଇନ, ବୃଦ୍ଧ ଦମ୍ପତ୍ତିଙ୍କ ମୁହଁରେ ଫେରିଲା ହସ Minati Mishra

ନୂଆଦିଲ୍ଲୀ: ଦିଲ୍ଲୀର ମାଲଭିଆ ନଗରର କାନ୍ତା ପ୍ରସାଦ ଏବଂ ତାଙ୍କ ପତ୍ନୀ ବାଦାମୀ ଦେବୀଙ୍କ ‘ବାବା କା ଢାବା’ରେ ଏବେ ଖୁବ୍ ଭିଡ। ଖାଁ ଖାଁ ପଡ଼ିଥିବା ଦୋକାନରେ ଏତେ ଲୋକଙ୍କ ଭିଡ ଦେଖି ବୃଦ୍ଧ ଦମ୍ପତିଙ୍କ ଖୁସି କହିଲେ ନ ସରେ। ସତେ ଯେମିତି ଗୋଡ ଆଉ ତଳେ ଲାଗୁନି ସେମାନଙ୍କର।

କଥା ହେଲା, ମାଲଭିଆ ନଗରର କାନ୍ତା ପ୍ରସାଦ ବହୁ ବର୍ଷ ଧରି ଏକ ଛୋଟ ଦୋକାନ କରିଥିଲେ। ସେଠାରେ ବ୍ୟବସାୟ ନହେବାରୁ ସେମାନେ ଢାବା ଖୋଲିଥିଲେ। ଢାବାର ନାମ ଥିଲା ‘ବାବା କା ଢାବା’। କାନ୍ତା ଏବଂ ତାଙ୍କ ପତ୍ନୀଙ୍କ ବୟସ ୮୦ରୁ ଅଧିକ। ଏହି ଦମ୍ପତ୍ତିଙ୍କ କହିବା ଅନୁଯାୟୀ, ତାଙ୍କର ଦୁଇଟି ପୁଅ ଏବଂ ଗୋଟିଏ ଝିଅ ଅଛି। କିନ୍ତୁ ଏହି ତିନିଜଣଙ୍କ ମଧ୍ୟରୁ କେହି ସେମାନଙ୍କୁ ସାହାଯ୍ୟ କରନ୍ତି ନାହିଁ। 

ତେବେ ଏହି ଢାବାରୁ ଯାହା ରୋଜଗାର ହୁଏ ସ୍ୱାମୀ-ସ୍ତ୍ରୀ ସେଥିରେ ଚଳି ଯାଆନ୍ତି। ୩୦ ବର୍ଷ ଧରି ଏହି ଢାବା ହିଁ ଥିଲା ତାଙ୍କର ସବୁକିଛି।  ହେଲେ କରୋନା ସବୁକିଛି ବିଗାଡ଼ି ଦେଲା।  କରୋନା ପାଇଁ କାନ୍ତା ପ୍ରସାଦଙ୍କ ଢାବାକୁ କେହି ଆସି ନ ଥିଲେ। ଢାବା ଏକ ପ୍ରକାର ବନ୍ଦ ହେବାକୁ ବସିଥିଲା। ହେଲେ ସେମିତି କିଛି ହୋଇ ନ ଥିଲା।

ୟୁଟ୍ୟୁବର ଗୌରବ ବାସନ୍‌ ପ୍ରଥମେ ଏହି ବୃଦ୍ଧଙ୍କ ଢାବାକୁ ଆସି ତାଙ୍କ ଦୁଃଖ ଶୁଣିଥିଲେ। ବୃଦ୍ଧ ଦମ୍ପତ୍ତିଙ୍କ ଦୁଃଖ ଶୁଣି ସେ ମଧ୍ୟ କାନ୍ଦି ପକାଇଥିଲେ। ସେ ଏହାର ଏକ  ଭିଡିଓ କରି ତାହାକୁ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ‘ସ୍ୱାଦ ଅଫିସିଆଲ୍‌’ରେ ଶେଆର କରିଥିଲେ। ଭିଡ଼ିଓଟି ଭାଇରାଲ୍‌ ହେବା ପରେ ଏଦି ଦମ୍ପତ୍ତିଙ୍କୁ ଅନେକ ବଡ ଲୋକ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତ।

ମାତ୍ର କେଇ ଘଣ୍ଟା ମଧ୍ୟରେ ତାଙ୍କ ଦୋକାନରେ ଖାଇବା ପାଇଁ ଲୋକଙ୍କ ଭିଡ ଜମିଗଲା। ଏତେ ଭିଡ ଦେଖି ବୃଦ୍ଧ ଦମ୍ପତ୍ତିଙ୍କ ମୁହଁରେ ହସ ଫୁଟିଉଠିଥିଲା। ଏହା ପରେ ଟ୍ୱିଟରରେ #BabaKaDhaba ଟପ୍ ଟ୍ରେଣ୍ଡ କରୁଥିଲା। ଦିଲ୍ଲୀର ଅନେକ ଲୋକ ଢାବାରେ ପହଞ୍ଚି ତାଙ୍କୁ ସାହାଯ୍ୟ କରିଥିଲେ।

ଗୌରବଙ୍କ ସ୍ୱାଦ ଅଫିସିଆଲ୍‌ରେ ଅକ୍ଟୋବର ୬ ତାରିଖରେ ଏହି ଭିଡିଓ ପକା ଯାଇଥିଲା। ଏହା ଖୁବ୍ ଶୀଘ୍ର ଭାଇରାଲ ହୋଇଥିଲା। ଭିଡିଓ ଦେଖି ଆପ ନେତା ସୋମନାଥ ଭାରତୀ ଅକ୍ଟୋବର ୮ ତାରିଖ ବାବା କା ଢାବାରେ ପହଞ୍ଚି ଏହି ବୃଦ୍ଧ ଦମ୍ପତିଙ୍କୁ ହସ ହସ ମୁହଁର ଫଟୋ ସେୟାର କରିଥିଲେ। ଫଟୋ ତଳେ ସେ ଲଖିଥିଲେ, ‘ବାବା କା ଢାବାରେ ପହଞ୍ଚିଲି ଏବଂ ତାଙ୍କ ମୁହଁରେ ହସ୍‌ ଫେରାଇ ଆଣିବାକୁ ସାହାଯ୍ୟ କଲି। ଏହାବ୍ୟତୀତ ସାଧାରଣ ଲୋକ ମଧ୍ୟ ଢାବାରେ ପହଁଞ୍ଚି ଏହି ଦମ୍ପତିଙ୍କ ସହ ସେଲ୍‌ଫି ନେଉଥିବା ଦେଖିବାକୁ ମିଳିଛି। ଟ୍ୱିଟରରେ ତାଙ୍କର ଭିଡିଓ ଓ ଫଟୋ ଭାଇରାଲ ହୋଇଛି।

ସେତିକି ନୁହେଁ, ଭିଡିଓ ସେୟାର କରିଥିବା ଗୌରବଙ୍କ ଆକାଉଣ୍ଟକୁ ଏବେ ଦୁଇ ଲକ୍ଷରୁ ଅଧିକ ଟଙ୍କାର ସହାୟତା ଆସିଛି। ଏହି ଟଙ୍କାକୁ ଗୌରବ ଏହି ବୃଦ୍ଧ ଦମ୍ପତିଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ଦେଇଛନ୍ତି। ଏହା ପରେ ଗୌରବଙ୍କ ସହ ଏହି ଦମ୍ପତ୍ତି ହାତ ଯୋଡି  ଆଉ ଆର୍ଥିକ ସାହାଯ୍ୟ ନ ଦେବଳାକୁ ଅନୁରୋଧ କରିଛନ୍ତି। ବୃଦ୍ଧ କହିଛନ୍ତି,  ‘ସାରା ଭାରତ ଆଜି ତାଙ୍କ ସହ ଥିବା ଭଳି ମନେ ହେଉଛି। ତେବେ ଆଉ ସହାୟତାର ଆବଶ୍ୟକ ନାହିଁ। ବରଂ ଏହି ସାହାଯ୍ୟ ଅନ୍ୟ ଅସହାୟଙ୍କୁ କରିବା ପାଇଁ ଅନୁରୋଧ କରିଛନ୍ତି। ଏହାର ଭିଡିଓ ମଧ୍ୟ ଭାଇରାଲ ହୋଇଛି।

.

The post ‘ବାବା କା ଢାବା’ରେ ଗ୍ରାହକଙ୍କ ଲମ୍ବା ଲାଇନ, ବୃଦ୍ଧ ଦମ୍ପତ୍ତିଙ୍କ ମୁହଁରେ ଫେରିଲା ହସ appeared first on OTV Khabar..



from OTV Khabar. https://ift.tt/2Id20Vx
‘ବାବା କା ଢାବା’ରେ ଗ୍ରାହକଙ୍କ ଲମ୍ବା ଲାଇନ, ବୃଦ୍ଧ ଦମ୍ପତ୍ତିଙ୍କ ମୁହଁରେ ଫେରିଲା ହସ Minati Mishra ‘ବାବା କା ଢାବା’ରେ ଗ୍ରାହକଙ୍କ ଲମ୍ବା ଲାଇନ, ବୃଦ୍ଧ ଦମ୍ପତ୍ତିଙ୍କ ମୁହଁରେ ଫେରିଲା ହସ Minati Mishra Reviewed by SUBHENDU BARAL on October 08, 2020 Rating: 5

No comments:

Powered by Blogger.