୯ରେ ଲଘୁଚାପ :୧୧ରୁ ଓଡ଼ିଶାରେ ବର୍ଷା, ୧୧ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ;ତୃତୀୟ ସପ୍ତାହରେ ଆଉ ଏକ ଲଘୁଚାପ ସମ୍ଭାବନା Kanak News

କନକ ବ୍ୟୁରୋ : ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଲଘୁଚାପ ଦାନା ବାନ୍ଧୁଛି । ଅକ୍ଟୋବର ୯ରେ ଏହା ଲଘୁଚାପରେ ପରିଣତ ହେବା ସହ ୧୦ ତାରିଖରେ ଅବପାତ ରୂପ ନେବ। ପ୍ରଭାବରେ ୧୧ ତାରିଖଠାରୁ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିବ। ଉପକୂଳ ଓଡ଼ିଶାରେ ଘଣ୍ଟା ପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଯେଉଁମାନେ ଗଭୀର ସମୁଦ୍ରରେ ରହିଛନ୍ତି ସେମାନେ ୧୦ ତାରିଖ ରାତି ସୁଦ୍ଧା ଉପକୂଳକୁ ଫେରି ଆସିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ୧୧ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି।

ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ୍‌ ଆର ବିଶ୍ବାସ କହିଛନ୍ତି ଯେ ୯ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ୧୦ ତାରିଖରେ ଅବପାତରେ ପରିଣତ ହେବ। ୧୧ ତାରିଖ ଅପରାହ୍ନ କିମ୍ବା ରାତିରେ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ମଧ୍ୟରେ ଅବପାତ ରୂପରେ ସ୍ଥଳ ଭାଗ ଛୁଇଁବ। ୧୦ ତାରିଖ ରାତିଠାରୁ ଉପକୂଳ ଓଡ଼ିଶା ଓ ୧୧ ତାରିଖରୁ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ବର୍ଷା ବଢ଼ିବ। ୧୧ ଓ ୧୨ ତାରିଖରେ ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡ଼ା ଓ ଗଞ୍ଜାମରେ ପ୍ରବଳରୁ ଅତିପ୍ରବଳ ଏବଂ ପୁରୀ, କନ୍ଧମାଳ, ଖୋର୍ଧା, ଜଗତ୍‌ସିଂହପୁର, କଳାହାଣ୍ଡି ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ୯ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ୨୪ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ୧୦ ତାରିଖ ମଧ୍ୟାହ୍ନ ବେଳକୁ ଏହା ଉତ୍ତର ଆଣ୍ଡାମାନ ନିକଟରେ ରହିବ। ପ‌ରେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ଆଡ଼କୁ ମୁହାଁଇବା ସହ ଅଧିକ ଘନୀଭୂତ ହେବ। ୧୧ ତାରିଖ ସକାଳ ସୁଦ୍ଧା ଅବପାତରେ ପରିଣତ ହୋଇ ୧୨ ତାରିଖ ସକାଳ ସୁଦ୍ଧା ବିଶାଖ‌ାପାଟଣା ଓ ରାଜମହେନ୍ଦ୍ରୀ ମଧ୍ୟ‌ରେ ସ୍ଥଳ ଭାଗଠାରୁ ଦୂରରେ ରହିବ। ସମ୍ଭବତଃ ୧୨ ତାରିଖ ରାତି କିମ୍ବା ୧୩ ତାରିଖ ସକାଳରେ ବିଶାଖାପାଟଣା ଦକ୍ଷିଣରେ ସ୍ଥଳ ଭାବେ ଛୁଇଁବା ସହ ଦୂର୍ବଳ ହେବ। ପ୍ରଭାବରେ ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଓଡ଼ିଶା ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ ବର୍ଷା ହେବ। ଉପକୂଳବର୍ତୀ ଜିଲ୍ଲା ସମେତ ଢେଙ୍କାନାଳରେ ବର୍ଷାର ପ୍ରଭାବ ଅଧିକ ରହିବ। ବାକି ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଅକ୍ଟୋବର ତୃତୀୟ ସପ୍ତାହ ବେଳକୁ ଆଣ୍ଡାମାନ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାଦ୍ବାରା ଓଡ଼ିଶାରେ ଅପେକ୍ଷାକୃତ ଅଧିକ ବର୍ଷା ହେବ। ତେବେ ୯ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ସ୍ଥଳ ଭାଗ ଛୁଇଁବା ପରେ ଏହାର ଗତିପଥ ଓ ପ୍ରଭାବ ସମ୍ପର୍କରେ ଅଧିକ କହି ହେବ।



from Kanak News https://ift.tt/36K2vRc https://ift.tt/3bHDvui
୯ରେ ଲଘୁଚାପ :୧୧ରୁ ଓଡ଼ିଶାରେ ବର୍ଷା, ୧୧ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ;ତୃତୀୟ ସପ୍ତାହରେ ଆଉ ଏକ ଲଘୁଚାପ ସମ୍ଭାବନା Kanak News ୯ରେ ଲଘୁଚାପ :୧୧ରୁ ଓଡ଼ିଶାରେ ବର୍ଷା, ୧୧ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ;ତୃତୀୟ ସପ୍ତାହରେ ଆଉ ଏକ ଲଘୁଚାପ ସମ୍ଭାବନା Kanak News Reviewed by SUBHENDU BARAL on October 07, 2020 Rating: 5

No comments:

Powered by Blogger.