ଘରୋଇ ଟ୍ରେନ୍‌ ଚଲାଇବା ଦୌଡ଼ରେ ୧୫ ସଂସ୍ଥା : ୧୨ କ୍ଲଷ୍ଟର୍‌ ପାଇଁ ୧୨୦ ଆବେଦନ Kanak News

କନକ ବ୍ୟୁରୋ : ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କ୍ଷେତ୍ରରେ ଘରୋଇ ସଂସ୍ଥାଗୁଡ଼ିକୁ ପ୍ରବେଶ ଅନୁମତି ଦେବା ଲାଗି ଆବେଦନ ଆହ୍ବାନ କରାଯାଇଥିଲା । ଘରୋଇ ସଂସ୍ଥାଗୁଡ଼ିକ ଏଥିପ୍ରତି ବିଶେଷ ଆଗ୍ରହ ଦେଖାଇଛନ୍ତି । ଦେଶରେ ଚିହ୍ନଟ ହୋଇଥିବା ୧୨ଟି କ୍ଲଷ୍ଟର୍‌ରେ ଟ୍ରେନ୍ ଚଲାଇବା ଲାଗି ୧୫ଟି କଂପାନି ଆବେଦନ କରିଛନ୍ତି। ଏହି କଂପାନିଗୁଡ଼ିକ ଠାରୁ ମୋଟ ୧୨୦ଟି ଆବେଦନ ପହଞ୍ଚିଛି ।  ଘରୋଇ ଟ୍ରେନ୍ ଚଲାଇବା ଲାଗି ଆବେଦନ କରିଥିବା ସଂସ୍ଥାଗୁଡ଼ିକ ହେଉଛି ମେଘା ଇଞ୍ଜିନିୟରିଂ ଆଣ୍ଡ୍‌ ଇନଫ୍ରାଷ୍ଟ୍ରକ୍‌ଚର୍‌, ସାଇନାଥ ସେଲସ୍‌ ଆଣ୍ଡ୍‌ ସର୍ଭିସେସ୍‌, ଆଇଆର୍‌ବି ଇନଫ୍ରାଷ୍ଟ୍ରକ୍‌ଚର୍‌ ଡେଭେଲପର୍ସ, ଆଇଆର୍‌ସିଟିସି, ଜିଏମ୍‌ଆର୍‌ ହାଇୱେଜ୍, ୱେଲ୍‌ସ୍ପୁନ ଏଣ୍ଟରପ୍ରାଇଜେସ୍‌, ଗେଟ୍‌ୱେ ରେଲ୍‌ ଫ୍ରେଟ୍‌, କ୍ୟୁବ୍ ହାଇୱେଜ୍ ଆଣ୍ଡ୍‌ ଇନଫ୍ରାଷ୍ଟ୍ରକ୍‌ଚର୍‌-୩, ‌ମାଲେମପାଟି ପାୱାର, ଏଲ୍‌ଆଣ୍ଡ୍‌ଟି ଇନଫ୍ରାଷ୍ଟ୍ରକ୍‌ଚର୍‌ ଡେଭେଲପ୍‌ମେଣ୍ଟ୍‌ ପ୍ରୋଜେକ୍ଟସ୍‌, ଆର୍‌କେ ଆସୋସିଏଟସ୍‌ ଆଣ୍ଡ୍ ହୋଟେଲିୟର୍ସ, କନଷ୍ଟ୍ରକ୍‌ସନିଜ ଅକ୍‌ଜିଲାର୍ ଡି ଫେରୋକାରିଲେସ୍‌, ପିଏନ୍‌ସି ଇନଫ୍ରାଟେକ୍, ଅରବିନ୍ଦ ଆଭିଏସନ୍ ଓ ଭେଲ୍‌ ।

ଚିହ୍ନଟ ହୋଇଥିବା କ୍ଲଷ୍ଟର୍‌ଗୁଡ଼ିକ ମଧ୍ୟରୁ ମୁମ୍ବାଇ-୨ ଓ ଦିଲ୍ଲୀ-୨ ଲାଗି ୧୨ଟି ଲେଖାଏଁ; ବେଙ୍ଗାଲୁରୁ କ୍ଲଷ୍ଟର ପାଇଁ ୧୧ଟି; ଦିଲ୍ଲୀ-୧, ପ୍ରୟାଗରାଜ, ସିକନ୍ଦରାବାଦ ଓ ଜୟପୁର ପାଇଁ ୧୦ଟି ଲେଖାଏଁ ଓ ମୁମ୍ବାଇ-୧, ଚଣ୍ଡିଗଡ଼, ହାୱଡ଼ା, ପାଟନା ଓ ଚେନ୍ନାଇ କ୍ଲଷ୍ଟର ପାଇଁ ୯ଟି ଲେଖାଏଁ ଆବେଦନ ପହଞ୍ଚିଛି। ଘରୋଇ କ୍ଷେତ୍ରର ପୁଞ୍ଜିନିବେଶ ହାସଲ କରିବା ଲାଗି ଭାରତୀୟ ରେଳବାଇ ଯେଉଁ ସବୁ ପଦକ୍ଷେପ ଗ୍ରହଣ କରିବାକୁ ଯୋଜନା ରଖିଛି ତାହାର ଏକ ଅଂଶ ହେଉଛି ଘରୋଇ ସଂସ୍ଥା ଜରିଆରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରାଇବା। ଏହି ପ୍ରକଳ୍ପ ଜରିଆରେ ରେଳବାଇ ୩୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ କରିବାକୁ ଲକ୍ଷ୍ୟ ରଖିଛି।



from Kanak News https://ift.tt/2F9Jg84 https://ift.tt/2GHwmi6
ଘରୋଇ ଟ୍ରେନ୍‌ ଚଲାଇବା ଦୌଡ଼ରେ ୧୫ ସଂସ୍ଥା : ୧୨ କ୍ଲଷ୍ଟର୍‌ ପାଇଁ ୧୨୦ ଆବେଦନ Kanak News ଘରୋଇ ଟ୍ରେନ୍‌ ଚଲାଇବା ଦୌଡ଼ରେ ୧୫ ସଂସ୍ଥା : ୧୨ କ୍ଲଷ୍ଟର୍‌ ପାଇଁ ୧୨୦ ଆବେଦନ Kanak News Reviewed by SUBHENDU BARAL on October 07, 2020 Rating: 5

No comments:

Powered by Blogger.