ଭୁବନେଶ୍ୱର ୦୯/୧୦: ପତ୍ନୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଅଭିଯୋଗରେ ମହିଳା ଥାନା ପୁଲିସ୍ ଜଣେ ଆର୍ମି ମେଜରଙ୍କୁ ଗିରଫ କରିଛି । ସେ ହେଲେ ନୟାପଲ୍ଲୀରେ ରହୁଥିବା ୧୭୬/ଏଲ୍ ରେଜିମେଣ୍ଟର ମେଜର ସୌମ୍ୟ ରଞ୍ଜନ ପତି। ପତ୍ନୀଙ୍କ ଅଭିଯୋଗକ୍ରମେ ମହିଳା ଥାନା ପୁଲିସ ତାଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲା।
ସେଥିପାଇଁ ଗତକାଲି ବିଳମ୍ୱିତ ରାତିରେ କୋର୍ଟ ଖାଲିବା ସହ ସେଠାରେ ଗହଳ ଚହଳ ଲାଗି ରହିଥିଲା। ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫା ସହ ଯୌତୁକ ନିର୍ଯାତନା ଦଫା ମଧ୍ୟ ଲାଗିଛି। କୋର୍ଟରେ ଭଚ୍ୟୁଆଲ୍ ହିୟରିଂ ହୋଇପାରି ନଥିବା ଜଣାପଡିଛି ।
ମହିଳା ଥାନା ପୁଲିସ୍ କହିଛି, ମେଜର ଶ୍ରୀ ପତିଙ୍କ ସ୍ତ୍ରୀ ହେଉଛନ୍ତି ଜଣେ ଆଇନଜୀବୀ । ମେଜର ଶ୍ରୀ ପତି ଦୀର୍ଘ ଦିନ ହେବ ପତ୍ନୀଙ୍କୁ ନିର୍ଯାତନା ଦେଇ ଆସୁଥିଲେ। ବାପ ଘରୁ ଲକ୍ଷାଧିକ ଟଙ୍କା ଆଣିବା ପାଇଁ ଧମକ ଦେଉଥିଲେ। ଏ ନେଇ ଆପୋସ ବୁଝାମଣା ହୋଇଥିଲା। ନିର୍ଯାତନା ଅସହ୍ୟ ହେବାରୁ ପତ୍ନୀ ମହିଳା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତାଙ୍କୁ ଅନେକ ଥର ନୋଟିସ୍ କରିଥିଲା। ନୋଟିସ୍ ପାଇ ମଧ୍ୟ ଶ୍ରୀ ପତି ନିଜର ପାୱାର ଦେଖାଇ ଥାନାରେ ହାଜର ହୋଇ ନଥିଲେ। ବାଧ୍ୟ ହୋଇ ପୁଲିସ୍ ତାଙ୍କୁ ଗୁରୁବାର ସନ୍ଧ୍ୟାରେ ଗିରଫ କରି କୋର୍ଟ ଚାଲାଣ କରିଛି ।
from Prameya News7 https://ift.tt/2SIlS4A

No comments: