ନୂଆଦିଲ୍ଲୀ/ଭୁବନେଶ୍ୱର: JEE Main 2020 ରେଜଲ୍ଟ ଶୁକ୍ରବାର ପ୍ରକାଶ ପାଇଛି। ସୌରଭ ସୌମ୍ୟକାନ୍ତ ଦାଶ ଓଡ଼ିଶା ଟପ୍ପର ହୋଇଛନ୍ତି। ସେ ୯୯.୯୯% ରଖି ୩୪ତମ ସ୍ଥାନ ହାସଲ କରିଛନ୍ତି।
ସୂଚନାଥାଉ କି, ୨୪ ଜଣ ପରୀକ୍ଷାର୍ଥୀ ଶହେ ପରସେଣ୍ଟାଇଲ୍ ମାର୍କ ରଖିଛନ୍ତି। ଟପ୍ପର ତାଲିକାରେ ତେଲେଙ୍ଗାନାର ୮ଜଣ ପରୀକ୍ଷାର୍ଥୀ ଶହେ ପରସେଣ୍ଟାଇଲ ମାର୍କ ରଖିଛନ୍ତି। ଦ୍ୱିତୀୟ ସ୍ଥାନରେ ରହିଛି ଦିଲ୍ଲୀ। ଦିଲ୍ଲୀରୁ ୫ଜଣ ପରୀକ୍ଷାର୍ଥୀ ଟପ୍ପର ତାଲିକାରେ ରହିଛନ୍ତି। ରାଜସ୍ଥାନରୁ ୪, ଆନ୍ଧ୍ର ପ୍ରଦେଶରୁ ୩, ହରିୟାଣାରୁ ୨ ଏବଂ ଗୁଜରାଟ ଓ ମହାରାଷ୍ଟ୍ରରୁ ଜଣେ ଲେଖାଏ ପରୀକ୍ଷାର୍ଥୀ ଶହେ ପରସେଣ୍ଟାଇଲ ମାର୍କ ରଖିଛନ୍ତି।
JEE Main ପାଇଁ ୮ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଲକ୍ଷ ୩୫ ହଜାର ଛାତ୍ରଛାତ୍ରୀ ଅର୍ଥାତ୍ ୭୪% ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।
ସେପ୍ଟେମ୍ବର ୧ରୁ ୬ ତାରିଖ ମଧ୍ୟରେ JEE Main ପରୀକ୍ଷା ହୋଇଥିଲା। ତେବେ ପରୀକ୍ଷା ସରିବାର ମାତ୍ର ୪ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇଛି। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି-NTA ଦ୍ୱାରା ପରିଚାଳିତ ପରୀକ୍ଷାର ରେଲଜ୍ଟ ଛାତ୍ରଛାତ୍ରୀମାନେ jeemain,nta.nic.in ୱେବ୍ସାଇଟ୍କୁ ଯାଇ ଜାଣିପାରିବେ।
The post JEE Main 2020 Results: ସୌରଭ ସୌମ୍ୟକାନ୍ତ ଦାଶ ଓଡ଼ିଶା ଟପ୍ପର appeared first on OTV Khabar..
from OTV Khabar. https://ift.tt/3mhWhNs
No comments: