ଅନୁଗୁଳ ୧୨।୦୯: ଅନୁଗୁଳ ଛେଣ୍ଡିପଦା ବାଗଡ଼ିଆ ଗ୍ରାମରେ ଦେଖାଯାଇଛି ଅଜବ ଦୃଶ୍ୟ। ଗୋଟିଏ ପରିତ୍ୟକ୍ତ ମିକ୍ସସର ଗ୍ରାଇଣ୍ଡ ଜାର୍ର ତଳେ ଥିବା କଣାରେ ଏକ ସାପ ଫସି ଯାଇଥିଲା। ସାପ ଯେତେ ଚେଷ୍ଟା କରୁଥିଲା ବାହାରିବା ପାଇଁ, କିନ୍ତୁ ବାହାରି ପାରିଲା ନାହିଁ।
ତେବେ ଅନ୍ୟ ଉପାୟ ନ ପାଇ ସାପଟିକୁ ବଞ୍ଚାଇବାକୁ ଚେଷ୍ଟାକରି ସ୍ନେକ ହେଲ୍ପଳାଇନକୁ ଫୋନ କରିଥିଲେ। ଖବର ସ୍ନେକ ହେଲ୍ପଳାଇନ କର୍ମୀ ହିମାଂଶୁ ଶେଖର ଆସି ଜାରଟିକୁ ଅତି ସତର୍କତା ସହ କାଟିଥିଲେ। ବହୁ କଷ୍ଟରେ ୨ ଘଣ୍ଟାର ପରିଶ୍ରମ ପରେ ସାପଟିକୁ ଉଦ୍ଧାର କରିଯାଇଛି । କିନ୍ତୁ ସାପଟିର ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ସାପକୁ ସ୍ଥାନୀୟ ପ୍ରାଣୀ ଚିକିତ୍ସକଙ୍କ ସହାୟତାର ଚିକିତ୍ସା କରାଯାଇଛି । ଏବେ ସାପଟି ସୁସ୍ଥ ଅଛି । ସାପକୁ ଅନୁଗୁଳ ପ୍ରାଣୀ ଚିକିତ୍ସାକେନ୍ଦ୍ରକୁ ପଠାଯାଇଛି । ସମ୍ପୂର୍ଣ୍ଣ ସୁସ୍ଥ ପରେ ତାକୁ ଜଙ୍ଗଲରେ ଛଡା ଯିବ ବୋଲି ସୂଚନା ରହିଛି ।
from Prameya News7 https://ift.tt/3irHX2E
ମିକ୍ସସର ଗ୍ରାଇଣ୍ଡର ଜାରରେ ଫସିଲା ସାପ, ସତର୍କତା ସହ ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ
Reviewed by SUBHENDU BARAL
on
September 11, 2020
Rating:
No comments: