ଅନୁଗୁଳ ୧୧।୦୯: ଅନୁଗୁଳ ଜିଲ୍ଲା ବଡ଼କେରା ନିକଟରେ ବସ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ । ଭାରସାମ୍ୟ ହରାଇ ପୋଲ କଡ଼କୁ ଚାଲିଯାଇଛି ବସ୍ ।
ଖବର ଅନୁଯାୟୀ. ଏକ ଘରୋଇ ବସ ବୁର୍ଲାରୁ ଭୁବନେଶ୍ଵର ଯାଉଥିଲା ବେଳେ ଭାରସାମ୍ୟ ହରାଇ ପୋଲ କଡ଼କୁ ଚାଲିଯାଇଛି । ଭୋର ୩ଟାରେ ସମୟରେ ଏହି ଦୁର୍ଘଟଣା ଘଟିଛି । NH-55 ରାସ୍ତା ଖରାପ ଏବଂ ରାସ୍ତାକାମ ଚାଲୁଥିବାରୁ ଦୁର୍ଘଟଣା ଘଟିଥିବା ଜଣାପଡିଛି। ନାଇଟ ବସ୍ ର ଡ୍ରାଇଭର ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଯାତ୍ରୀମାନଙ୍କୁ ଅନ୍ୟ ଗାଡ଼ିରେ ଭୁବନେଶ୍ୱର ଅଭିମୁଖେ ପଠାଯାଇଛି ।
from Prameya News7 https://ift.tt/3il4DBR
ଭାରସାମ୍ୟ ହରାଇ ପୋଲ କଡ଼କୁ ଚାଲିଗଲା ବସ୍ , ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ
Reviewed by SUBHENDU BARAL
on
September 10, 2020
Rating:
No comments: