ମେଷ – ବିଭିନ୍ନ ପ୍ରକାରର ଦ୍ୱନ୍ଦ୍ୱ ଓ ଆଶା, ଆଶଙ୍କା ମଧ୍ୟରେ ମନ ହଲଚଲ ହୋଇପାରେ । ଘର କଥା ହେଉ କିମ୍ବା କର୍ମକ୍ଷେତ୍ର କଥା ହେଉ ସବୁ କାମ ରେ ବାଧା ଆସିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୮ ।
ବୃଷ – କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦ ମର୍ଯ୍ୟାଦା ବୃଦ୍ଧି ପାଇବ । ଆଜି ଆପଣ ସାଙ୍ଗସାଥୀ କିମ୍ବା ବନ୍ଧୁ ହୁଅନ୍ତୁ, ସେମାନଙ୍କୁ ମାନେଇ ନିଜ କାମରେ ଲଗାଇ ପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୧ ।
ମିଥୁନ – ଟଙ୍କା ପାଇସାର ଭୁଲ୍ ହିସାବରୁ , ଅଲଗା ସ୍ଥାନରେ ରଖିଦେଇଥିବା କାରଣରୁ, ଦେବା ନେବା କ୍ଷେତ୍ରରେ ଝମେଲାର ଆଶଙ୍କା ରହିଛି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।
କର୍କଟ – ପରିବାର ଲୋକମାନଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ସାମାଜିକ ସ୍ତରରେ ବହୁ ଦିଗରୁ ସହ-ଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୮ ।
ସିଂହ – ଆଜିର ପରିସ୍ଥିତି ଓ ରହିଥିବା ପରିବେଶ ଆପଣଙ୍କ କାମକୁ ସହଜରେ କରାଇ ଦେବ ନାହିଁ । ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇଯିବେ । ଶୁଭ ରଙ୍ଗ ୫ । ଶୁଭ ଅଙ୍କ ୮ ।
କନ୍ୟା – ଆଜି ଆପଣ ଯାହାକୁ ଯାହା କହିବେ କିମ୍ବା କରିବେ । ସବୁ ଭାବିଚିନ୍ତି କରନ୍ତୁ । ନତୁବା ପରିସ୍ଥିତି ଭିନ୍ନ ରୂପ ପରିଗ୍ରହ କରିବ । ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।
ତୁଳା – ପ୍ରତ୍ୟେକ କ୍ଷେତ୍ରରେ ଆଳସ୍ୟ ଓ ଅବହେଳା ସଙ୍ଗକୁ କାଳ କ୍ଷେପଣ ନୀତି ହେତୁ ମନରେ ସରସତା ରହିବ ନାହିଁ । ନିଜର ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।
ବିଛା – କର୍ମ କ୍ଷେତ୍ରରେ ଅଥବା ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରି ଆପଣ ବିଜୟୀ ହେବେ । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।
ଧନୁ – ପ୍ରତ୍ୟେକ କ୍ଷେତ୍ରରେ ସରଳତାକୁ ପ୍ରାଧାନ୍ୟ ଦେଇ ଠକାମିର ଶିକାର ହୋଇପାରନ୍ତି । ପିଲା ମାନଙ୍କ ବିବାହ ସମ୍ପର୍କୀୟ ନୂତନ ବନ୍ଧୁ ପ୍ରସ୍ତାବ ପାଇଁ ଯୋଗା-ଯୋଗ କରି କୃତ କାର୍ଯ୍ୟ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।
ମକର – କର୍ମକ୍ଷେତ୍ରରେ ଭୁଲ୍ ବୁଝାମଣା ନେଇ ବନ୍ଧୁ କିମ୍ବା ସହକର୍ମୀଙ୍କ ସହ ତିକ୍ତତା ଦେଖା ଦେଇପାରେ । ବାଣିଜ୍ୟ, ବ୍ୟବସାୟରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୩ ।
କୁମ୍ଭ – ନିଜର ଲୋକମାନଙ୍କ କାର୍ଯ୍ୟ କଳାପ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧୀ ଘଟିବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୬ ।
ମୀନ – କର୍ମକ୍ଷେତ୍ରରେ ଚେଷ୍ଟା କରୁଥିବା କାମଗୁଡିକ ଠିକ୍ ଭାବରେ ସମ୍ପନ୍ନ ହେବାରୁ ମନ ଖୁସୀ ହୋଇଯିବ । ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ର କରି ମଧ୍ୟାହ୍ନେ ମନାନ୍ତର ସୃଷ୍ଟି ହୋଇପାରେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୧ ।
from Prameya News7 https://ift.tt/3k6JxHU
No comments: