ସ୍କୁଲ୍‌ରେ ମିଳୁଥିବା ମଧ୍ୟାହ୍ନ ଭୋଜନ ମୂଲ୍ୟ ବଢ଼ାଇଲେ ରାଜ୍ୟ ସରକାର Rajalaxmi Sahoo

ଭୁବନେଶ୍ୱର: ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଳୁଥିବା ମଧ୍ୟାହ୍ନ ଭୋଜନ(ମିଡ୍‌ ଡେ‘ ମିଲ୍‌)ର ମୂଲ୍ୟ ରାଜ୍ୟ ସରକାର ବଢ଼ାଇଛନ୍ତି।

ପ୍ରାଥମିକ ସ୍କୁଲରେ ମଧ୍ୟାହ୍ନ ଭୋଜନର ମୂଲ୍ୟ ୪ ଟଙ୍କା ୯୩ ପଇସାରୁ ୫ ଟଙ୍କା ୪୨କୁ ବୃଦ୍ଧି କରାଯାଇଛି। ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ମଧ୍ୟାହ୍ନ ଭୋଜନର ମୂଲ୍ୟ ୭ଟଙ୍କା ୩୬ ପଇସାରୁ ୮ ଟଙ୍କା ୧୦ ପଇସାକୁ ବୃଦ୍ଧି କରାଯାଇଛି।

ମୂଲ୍ୟ ବୃଦ୍ଧି ନେଇ ରାଜ୍ୟ ନୋଡାଲ୍‌ ଅଫିସର(MDM) ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରାଇଛନ୍ତି। ବର୍ଦ୍ଧିତ ମୂଲ୍ୟ ଏପ୍ରିଲ ପହିଲାରୁ ପିଛିଲା ଭାବେ ଲାଗୁ ହେବା ନେଇ ସୂଚନା ଦିଆଯାଇଛି।



from OTV Khabar. https://ift.tt/2X4mfK1
ସ୍କୁଲ୍‌ରେ ମିଳୁଥିବା ମଧ୍ୟାହ୍ନ ଭୋଜନ ମୂଲ୍ୟ ବଢ଼ାଇଲେ ରାଜ୍ୟ ସରକାର Rajalaxmi Sahoo ସ୍କୁଲ୍‌ରେ ମିଳୁଥିବା ମଧ୍ୟାହ୍ନ ଭୋଜନ ମୂଲ୍ୟ ବଢ଼ାଇଲେ ରାଜ୍ୟ ସରକାର Rajalaxmi Sahoo Reviewed by SUBHENDU BARAL on May 26, 2020 Rating: 5

No comments:

Powered by Blogger.