ଆଜିଠୁ ଖୋଲିବ ରାଜଧାନୀର ସବୁ ହୋଟେଲ: ସମସ୍ତ ତାରକା ଓ ଅଣତାରକା ହୋଟେଲ ଖୋଲିବାକୁ ବିଏମସିର ଅନୁମତି; ଜାଣନ୍ତୁ କଣ ରହିଛି ସର୍ତ୍ତ Kanak News

କନକ ବ୍ୟୁରୋ: ଆଜିଠାରୁ ରାଜଧାନୀର ସବୁ ହୋଟେଲ ଖୋଲିବ ! ସମସ୍ତ ତାରକା ଓ ଅଣତାରକା ହୋଟେଲ ଖୋଲିବାକୁ ବିଏମସି ଅନୁମତି ଦେଇଛି। କିନ୍ତୁ ଏଥିପାଇଁ ସର୍ତ୍ତ ରଖିଛି ଯେ, ଯେଉଁ ହୋଟେଲ ସଙ୍ଗରୋଧ ଲୋକଙ୍କୁ ରଖୁନାହାନ୍ତି ସେମାନେ ସର୍ବାଧିକ ୭୨ଘଣ୍ଟା ପାଇଁ ଓଡ଼ିଶାକୁ ଆସୁଥିବା ଲୋକଙ୍କୁ ରଖିପାରିବେ। ଏହାବାଦ୍ ବିମାନର କ୍ରିଉ ସଦସ୍ୟଙ୍କୁ ବି ରଖିପାରିବେ। ଏନେଇ ବୁକିଂ ରଖିବାରେ କିଛି ଅସୁବିଧା ନାହିଁ। ବିଏମସି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ବାହାରୁ ଆସୁଥିବା ଲୋକ ଯଦି ୭୨ଘଣ୍ଟା ଭିତରେ କାମ ସାରି ତାଙ୍କ ରାଜ୍ୟକୁ ଫେରିଯିବାର ଥିବ ବା କୌଣସି ଦରକାରୀ କାମରେ କେହି ଆସୁଥିବେ ଏବଂ ସର୍ବାଧିକ ୭୨ଘଣ୍ଟା ରହୁଥିବେ ସେମାନଙ୍କୁ ତାରକା ହୋଟେଲ ସମେତ ଅନ୍ୟ ହୋଟେଲଗୁଡ଼ିକ ରଖିପାରିବେ।

ଏହାବାଦ୍ ଭୁବନେଶ୍ବରକୁ ଆସୁଥିବା ଏବଂ ଏଠାରୁ ଯାଉଥିବା ବିମାନ କର୍ମଚାରୀଙ୍କୁ ରୁମ୍ ସେବା ଯୋଗାଇ ଦିଆଯାଇ ପାରିବ। ନୂଆ ନିୟମ ଅନୁଯାୟୀ, ପ୍ରତି ହୋଟେଲରେ ଥର୍ମାଲ୍ ସ୍କ୍ରିନିଂ ବ୍ୟବସ୍ଥା କରାଯିବା ସହ ହୋଟେଲକୁ ଆସୁଥିବା ଲୋକ ଏବଂ ତାଙ୍କ ସାମଗ୍ରୀର ବିଶୋଧନ କରିବାକୁ ପଡ଼ିବ। କୌଣସି ରେସ୍ତୋରାଁରେ ଖାଇବା ସୁବିଧା ମିଳିବ ନାହିଁ। ରୁମ୍କୁ ଖାଦ୍ୟ ମଗାଇ ଖାଇବେ। ସମସ୍ତ ଅତିଥି ଓ କର୍ମଚାରୀ ମାସ୍କ ପିନ୍ଧିବା ଧ୍ୟତାମୂଳକ କରାଯାଇଛି। ଏହାଛଡ଼ା ହୋଟେଲ କର୍ତ୍ତୃପକ୍ଷ ଯାତ୍ରୀଙ୍କ ବୁକିଂ ରଖିବା ବେଳେ ସେମାନଙ୍କ ଫେରିବା ଟିକେଟ୍ ଯାଞ୍ଚ କରିବେ। ଏହାଛଡ଼ା ଅନ୍ୟ ନିୟମ ମଧ୍ୟରେ ହୋଟେଲରେ କୌଣସି ସଭାସମିତି, ବିବାହ, ବ୍ରତ ଉତ୍ସବ ହୋଇପାରିବ ନାହିଁ। ସେହିପରି ରାଜଧାନୀକୁ ଆସୁଥିବା ଲୋକମାନେ ଯଦି ସଙ୍ଗରୋଧରେ ରହିବାକୁ ଚାହୁଁଥିବେ, ତେବେ ସେମାନେ ସେଥିପାଇଁ ନିର୍ଧାରିତ ୬୪ଟି ହୋଟେଲରେ ବୁକିଂ କରି ରହିପାରିବେ। ଏହି ହୋଟେଲରେ କେତେ ଦାମ୍ ଦେବାକୁ ହେବ ତାହା ଧାର୍ଯ୍ୟ ହୋଇଛି।

ଅପରପକ୍ଷେ ବିଏମ୍ସି କର୍ତ୍ତୃପକ୍ଷ ଯେଉଁ ୬୪ଟି ହୋଟେଲରେ ସଙ୍ଗରୋଧ ସୁବିଧା ଉପଲବ୍ଧ ଅଛି ବୋଲି କହୁଛନ୍ତି, ସେଥିରୁ ଅଧାରୁ ଅଧିକ ହୋଟେଲ ଏବେ କୁଆଡେ ବୁକିଂ ରଖୁନାହାନ୍ତି। ଏପରିକି ଯେତିକି ହୋଟେଲ ଖୋଲା ଅଛି ବୋଲି କୁହାଯାଉଛି, ସେମାନେ ବିଏମ୍ସି ଯେଉଁ ଭଡ଼ା/ତର ଧାର୍ଯ୍ୟ କରିଛି ତାହାଠାରୁ ଢେର୍ ଅଧିକ ନେଉଛନ୍ତି। ଏବେ ଅଧିକାଂଶ ହୋଟେଲ ବନ୍ଦ ଥିବାରୁ ଯେତିକି ହୋଟେଲ ଖୋଲା ଅଛି ସେମାନେ ଲୋକଙ୍କୁ ଲୁଟିବାକୁ ପଛାଉନାହାନ୍ତି ବୋଲି ଅଭିଯୋଗ ହେଉଛି।



from Kanak News https://ift.tt/2X3Xz45 https://ift.tt/3emoY7d
ଆଜିଠୁ ଖୋଲିବ ରାଜଧାନୀର ସବୁ ହୋଟେଲ: ସମସ୍ତ ତାରକା ଓ ଅଣତାରକା ହୋଟେଲ ଖୋଲିବାକୁ ବିଏମସିର ଅନୁମତି; ଜାଣନ୍ତୁ କଣ ରହିଛି ସର୍ତ୍ତ Kanak News ଆଜିଠୁ ଖୋଲିବ ରାଜଧାନୀର ସବୁ ହୋଟେଲ: ସମସ୍ତ ତାରକା ଓ ଅଣତାରକା ହୋଟେଲ ଖୋଲିବାକୁ ବିଏମସିର ଅନୁମତି; ଜାଣନ୍ତୁ କଣ ରହିଛି ସର୍ତ୍ତ Kanak News Reviewed by SUBHENDU BARAL on May 26, 2020 Rating: 5

No comments:

Powered by Blogger.