ରାୟଗଡ଼ା: ଦିଲ୍ଲୀରୁ ଫେରିବା ପରେ ହୋମ୍ କ୍ୱାରେଣ୍ଟିନ୍ରେ ରହିଲେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା। ମେ’୨୫ରେ ସେ ଦିଲ୍ଲୀରୁ ଫେରି ଗତକାଲି ରାୟଗଡ଼ାରେ ପହଞ୍ଚିଥିଲେ। ଏହାପରେ ସେ ହୋମ୍ କ୍ୱାରେଣ୍ଟିନ୍ରେ ଅଛନ୍ତି। ରାୟଗଡ଼ା ପୌରପରିଷଦ ପକ୍ଷରୁ ସାଂସଦଙ୍କ ଘର ଆଗରେ କ୍ୱାରେଣ୍ଟିନ୍ ଷ୍ଟିକର ଲଗାଯାଇଛି।
ଜୁନ ୮ ଯାଏ ଅର୍ଥାତ୍ ୧୪ ଦିନ ପାଇଁ ହୋମ୍ କ୍ୱାରେଣ୍ଟିନ୍ରେ ରହିବାକୁ ସାଂସଦଙ୍କୁ କୁହାଯାଇଛି।
ସୂଚନାଥାଉ କି, ଗତ ମାର୍ଚ୍ଚରେ ସଂସଦ ଅଧିବେଶନରେ ଯୋଗ ଦେବାପାଇଁ ସେ ଦିଲ୍ଲୀ ଯାଇଥିଲେ। ତେବେ ଦେଶରେ ଲକ୍ଡାଉନ୍ ଜାରି ହେବା ଯୋଗୁ ଆଉ ଫେରି ପାରିନଥିଲେ। ବିମାନ ସେବା ପୁଣିଥରେ ଆରମ୍ଭ ହେବାରୁ ସେ ଘରକୁ ଫେରିଥିଲେ।
ରାଜ୍ୟର ଅଧିକାଂଶ ଜିଲ୍ଲାରେ କରୋନା କାୟା ବିସ୍ତାର କରିଥିବା ବେଳେ ଏଯାଏ ରାୟଗଡ଼ା ଜିଲ୍ଲାରୁ କେହି ପଜିଟିଭ ଚିହ୍ନଟ ହୋଇ ନାହାନ୍ତି।
from OTV Khabar. https://ift.tt/2B6emv1
ହୋମ୍ କ୍ୱାରେଣ୍ଟିନ୍ରେ ରହିଲେ ସାଂସଦ ସପ୍ତଗିରି ଉଲାକା Rajalaxmi Sahoo
Reviewed by SUBHENDU BARAL
on
May 26, 2020
Rating:
No comments: