ଆଜିଠୁ ସେବାୟତଙ୍କ କୋଭିଡ଼ ଟେଷ୍ଟ

ପୁରୀ ୨୭।୦୫:  ଆଜିଠୁ ସେବାୟତଙ୍କ କୋଭିଡ ଟେଷ୍ଟ । ଆଜି ଏବଂ କାଲି ଦଇତାପତି ସେବାୟତଙ୍କ କରୋନା ଟେଷ୍ଟ ହେବ । ୨୯ ଓ ୩୦ ତାରିଖରେ ଗରାବଡୁ ସେବାୟତଙ୍କ କୋଭିଡ ଟେଷ୍ଟ ହେବ ବୋଲି ନିଷ୍ପତ୍ତି କରିଛି ପ୍ରଶାସନ । ଦଇତାପତି ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ୧୫୦ ଦଇତାପତି ସେବାୟତଙ୍କ ତାଲିକା ଦିଆଯାଇଛି । ସେମାନଙ୍କ ମଧ୍ୟରୁ ଆଜି ୭୫ ଜଣଙ୍କର ଏବଂ କାଲି ୭୫ ଜଣ ସେବାୟତଙ୍କ ଟେଷ୍ଟ କରାଯିବ ।

ସ୍ନାନଯାତ୍ରା ପାଇଁ ଏବେ ଚାଲିଛି ପ୍ରସ୍ତୁତି । ଏଥିପାଇଁ ସୀମିତ ସଂଖ୍ୟକ ସେବାୟତ ସେବାନୀତି  ପାଇଁ ନିଷ୍ପତି ହୋଇଥିବାରୁ ବିଭିନ୍ନ ନିଯୋଗ କାଣ୍ଟଛାଣ୍ଟ କରି ସେବାୟତ ତାଲିକା ଦାଖଲ କରିଛନ୍ତି । ଦଇତାପତି ସେବାୟତ ୧୫୦ ଏବଂ ଖୁଣ୍ଟିଆ ସେବାୟତଙ୍କ ପକ୍ଷରୁ ୧୦ ଜଣଙ୍କ ତାଲିକା ଦିଆଯାଇଛି । ପ୍ରତିବର୍ଷ ପ୍ରାୟ ୨ ହଜାରରୁ ଅଧିକ ସେବାୟତ ସ୍ନାନଯାତ୍ରାରେ ସାମିଲ ହେଉଥିବା ବେଳେ ଚଳିତ ବର୍ଷ ଏହା ୫ଶହ ମଧ୍ୟରେ ସୀମିତ ହେବା ଆଶା କରାଯାଉଛି । ତେବେ ସବୁ ସେବାୟତଙ୍କ କୋଭିଡ ଟେଷ୍ଟ ହେବ।

ସେପଟେ ରଥକାମ ମଧ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି । ୩ ରଥର ୪୨ ଟି ଚକ ସଂପୂର୍ଣ୍ଣ ହୋଇଥିବା ବେଳେ ଏବେ ଦଣ୍ଡା ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି ବିଶ୍ବକର୍ମା। ପ୍ରତ୍ୟେକ ରଥର ୭ ଟି ଲେଖାଏଁ ଦଣ୍ଡା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେହିପରି ରୂପକାର ସେବାୟତ ମାନେ ସିଂହ ବରାଳ ସହ ନାଟ ଗୋଡ଼ର ଖୋଦେଇ କାର୍ଯ୍ୟ କରୁଛନ୍ତି। ସମୟ ପୂର୍ବରୁ ରଥର ଚକନିର୍ମାଣ ଶେଷ ହୋଇଥିବାରୁ ଚଳିତବର୍ଷ ରଥନିର୍ମାଣ ମଧ୍ୟ ସମୟ ପୂର୍ବରୁ ଶେଷ ହେବା ଆଶା କରାଯାଉଛି।



from Prameya News7 https://ift.tt/3gtsmyY
ଆଜିଠୁ ସେବାୟତଙ୍କ କୋଭିଡ଼ ଟେଷ୍ଟ ଆଜିଠୁ ସେବାୟତଙ୍କ କୋଭିଡ଼ ଟେଷ୍ଟ Reviewed by SUBHENDU BARAL on May 26, 2020 Rating: 5

No comments:

Powered by Blogger.