କ୍ବାରେଣ୍ଟାଇନ୍ ସେଣ୍ଟରରେ ଅବ୍ୟବସ୍ଥା ନେଇ ତାତିଲେ ପ୍ରବାସୀ, ଏନଏଚ ଉପରେ ବସିଲେ ଶହ ଶହ ଲୋକ

ଭଦ୍ରକ ୨୬।୫: ବିଭିନ୍ନ ଅଭିଯୋଗ ନେଇ ରାଜପଥ ଅବରୋଧ କଲେ ପ୍ରବାସୀ । ୧୬ ନଂ ଜାତୀୟ ରାଜପଥର କଲେଜ ଛକ ଓଭର ବ୍ରିଜ ନିକଟରେ ରାସ୍ତାକୁ ଅବରୋଧ କଲେ ପ୍ରବାସୀ ଓଡିଆ । ରାସ୍ତା ଅବରୋଧରେ ଛୋଟ ଛୋଟ ପିଲା ଓ ବୃଦ୍ଧା ମଧ୍ୟ ସାମିଲ ହୋଇଛନ୍ତି । ରାଜପଥରେ ଗମନାଗମନ ଠପ୍ ହୋଇଛି ।

ସୂଚନାଯୋଗ୍ୟ ଯେ, ବିଭିନ୍ନ ଜିଲ୍ଲାର ପ୍ରବାସୀ ଶ୍ରମିକ ସ୍ପେଶାଲ ଟ୍ରେନରେ ଭଦ୍ରକରେ ଓହ୍ଲାଉଛନ୍ତି । ସେମାନଙ୍କୁ ଭଦ୍ରକ ମହାବିଦ୍ୟାଳୟରେ ହୋଇଥିବା କ୍ବାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଛି । କିନ୍ତୁ ସେଠାରେ ଖାଦ୍ୟ ଠିକ୍ ସମୟରେ ଦିଆଯାଉନାହିଁ । ସେମାନେ ନିଜ ନିଜ ଜିଲ୍ଲାକୁ ଯାଇପାରୁନାହାନ୍ତି ।  

ଏପରିକି ସେଠାରେ ରାତି ସାରା ବହୁ ପ୍ରବାସୀ ଅନିଦ୍ରା ମଧ୍ୟ ରହିଥିଲେ । ସେଠାରେ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଏ ସଂକ୍ରାନ୍ତରେ କହିବାରୁ ସେ କୌଣସି ବ୍ୟବସ୍ଥା କରିନଥଲେ । ଶେଷରେ ବାଧ୍ୟ ଶହ ଶହ ପ୍ରବାସୀ ଓଡିଆ ଦୀର୍ଘ ସମୟ ଧରି ୧୬ନଂ ଜାତୀୟ ରାଜପଥକୁ ଅବରେୋଧ କରିଛନ୍ତି । ଫଳରେ ରାସ୍ତାର ଦୁଇ ପାର୍ଶ୍ବରେ ଗାଡି ଚଳାଚଳ ବାଧା ପ୍ରାପ୍ତ ହୋଇଛି ।



from Prameya News7 https://ift.tt/2ZI3bDb
କ୍ବାରେଣ୍ଟାଇନ୍ ସେଣ୍ଟରରେ ଅବ୍ୟବସ୍ଥା ନେଇ ତାତିଲେ ପ୍ରବାସୀ, ଏନଏଚ ଉପରେ ବସିଲେ ଶହ ଶହ ଲୋକ କ୍ବାରେଣ୍ଟାଇନ୍ ସେଣ୍ଟରରେ ଅବ୍ୟବସ୍ଥା ନେଇ ତାତିଲେ ପ୍ରବାସୀ, ଏନଏଚ ଉପରେ ବସିଲେ ଶହ ଶହ ଲୋକ Reviewed by SUBHENDU BARAL on May 25, 2020 Rating: 5

No comments:

Powered by Blogger.