ଆମେରିକାରେ କରୋନା ମୃତ୍ୟୁସଂଖ୍ୟା ଲକ୍ଷେ ଛୁଇଁବ । ବ୍ରାଜିଲରେ ଦିନକରେ ସଂକ୍ରମଣ ୧୫ ହଜାରରୁ ବେଶି Kanak News

କନକ ବ୍ୟୁରୋ : ଆମେରିକାରେ ବଢ଼ୁଛି କରୋନା ମୃତ୍ୟୁ ସଂଖ୍ୟା । ଆମେରିକାରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୬ ଲକ୍ଷ ୮୬ ହଜାର ଟପିଛି ଏବଂ ମୃତ୍ୟୁସଂଖ୍ୟା ୧ ଲକ୍ଷ ଛୁଇଁବାକୁ ଯାଉଛି। ଗତକାଲି ସକାଳ ୮ଟା ସୁଦ୍ଧା ଆମେରିକାରେ କରୋନା ମୃତ୍ୟୁସଂଖ୍ୟା ୯୯ ହଜାର ୩୦୦ ରହିଥିଲା। ରାଜଧାନୀ ୱାସିଂଟରେନ ସଂକ୍ରମଣ ବଢ଼ୁଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ବ୍ରାଜିଲରେ ଗତକାଲି ପୁଣି ୧୫ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି। ବ୍ରାଜିଲ୍ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ହୋଇଥିବା ଘୋଷଣା ଅନୁଯାୟୀ ରବିବାର ବ୍ରାଜିଲ୍ରେ ୧୫ ହଜାର ୮୧୩ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୬୫୩ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଦେଶରେ ମୋଟ୍ ସଂକ୍ରମଣ ମାମଲା ୩ ଲକ୍ଷ ୬୫ ହଜାର ଟପିଯାଇଛି। ବ୍ରାଜିଲ୍ ଏବେ ବିଶ୍ବରେ ନୂଆ କୋଭିଡ୍ ହଟ୍ସ୍ପଟ୍ ପାଲଟିଛି। ବ୍ରାଜିଲ୍ରେ ସଂକ୍ରମଣ ବଢ଼ୁଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବ୍ରାଜିଲ୍ରୁ ଯାତ୍ରା ବାତିଲ୍ କରିଛନ୍ତି। ତେବେ ବିଶ୍ବରେ ଏବେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୫ ଲକ୍ଷ ୧୭ ହଜାର ଟପିଛି ଏବଂ ମୃତ୍ୟୁସଂଖ୍ୟା ୩ ଲକ୍ଷ ୪୭ ହଜାର ଟପିଛି।

ଚୀନରେ ପୁଣି ୫୧ ନୂଆ ମାମଲା ଚିହ୍ନଟ ହୋଇଛି। ତେବେ ଏଥି ମଧ୍ୟରୁ ୪୦ ଟି ମାମଲାରେ ସଂକ୍ରମଣର କୌଣସି ଲକ୍ଷଣ ନାହିଁ। ଅଧିକାଂଶ ମାମଲା କରୋନାର ପ୍ରଥମ କେନ୍ଦ୍ରସ୍ଥଳ ଉହାନ୍ରୁ ଚିହ୍ନଟ ହୋଇଛି। ଗତ ୧୦ ଦିନ ମଧ୍ୟରେ ଉହାନ୍ରେ ୬୦ ଲକ୍ଷରୁ ଅଧିକ ଲୋକଙ୍କ କରୋନା ଟେଷ୍ଟ୍ କରାଯାଇଛି। କେବଳ ଉହାନ୍ରେ ଆଜି ଚିହ୍ନଟ ହୋଇଥିବା ମାମଲାରୁ ୩୮ ଜଣଙ୍କ ନିକଟରେ ସଂକ୍ରମଣର କୌଣସି ଲକ୍ଷଣ ନାହିଁ। ସେହିପରି ଦକ୍ଷିଣ କୋରିଆରେ ମଧ୍ୟ ୧୬ ନୂଆ ମାମଲା ଚିହ୍ନଟ ହୋଇଛି। ଏଥିସହ ସିଓଲ୍ ନାଇଟ୍ କ୍ଲବ୍ ସହ ଜଡ଼ିତ ଥିବା ନେଇ ୨୦୦ରୁ ଅଧିକ ମାମଲା ଚିହ୍ନଟ ହୋଇଛି। ତେବେ ଜାପାନ୍ରେ କରୋନା ସଂକ୍ରମଣ ମାମଲା କମିବା ପରେ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ଦେଶରୁ ଷ୍ଟେଟ୍ ଅଫ୍ ଏମର୍ଜେନ୍ସି ହଟାଇ ଦେଇଛନ୍ତି। ଜାପାନରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୭ ହଜାର ୨୬୨ ଥିବାବେଳେ ୮୩୩ ଜଣଙ୍କ ମୃତ୍ୟୁ ହୋଇଛି।



from Kanak News https://ift.tt/2TEJUyp https://ift.tt/3gpNiH6
ଆମେରିକାରେ କରୋନା ମୃତ୍ୟୁସଂଖ୍ୟା ଲକ୍ଷେ ଛୁଇଁବ । ବ୍ରାଜିଲରେ ଦିନକରେ ସଂକ୍ରମଣ ୧୫ ହଜାରରୁ ବେଶି Kanak News ଆମେରିକାରେ କରୋନା ମୃତ୍ୟୁସଂଖ୍ୟା ଲକ୍ଷେ ଛୁଇଁବ । ବ୍ରାଜିଲରେ ଦିନକରେ ସଂକ୍ରମଣ ୧୫ ହଜାରରୁ ବେଶି Kanak News Reviewed by SUBHENDU BARAL on May 25, 2020 Rating: 5

No comments:

Powered by Blogger.