ବସ୍ତିରେ ଭୟାବହ ଅଗ୍ନିକାଣ୍ଡ, ୨୦୦ରୁ ଅଧିକ ଝୁମ୍ପୁଡି ଓ ଗୋଦାମ ଘର ପୋଡି ପାଉଁଶ

ନୂଆଦିଲ୍ଲୀ ୨୬।୦୫:  ଦିଲ୍ଲୀ ତୁଗଲକାବାଦ ବସ୍ତିରେ ଭୟାବହ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ହୋଇଥିଲା । ନିଆଁ  ଲାଗିଥିବା ଖବର ପାଇ ଘଟଣା ସ୍ଥଳରେ ପୋଲିସ ଏବଂ  ଦମକଳ ଗାଡି ଯାଇ ପହଞ୍ଚି ଥିଲା । ନିଆଁକୁ ଆୟତ୍ତ କରିଥିଲା ଦମକଳ ବାହିନୀ ।

ସୂଚନାଯୋଗ୍ୟ ଯେ, ସୋମବାର ଦିନ ବିଳମ୍ବିତ ରାତିରେ ତୁଗଲକାବାଦ ବସ୍ତିରେ ଅଚାନକ ଅଗ୍ନିକାଣ୍ଡ ଲାଗିଯାଇଥିଲା । ଧୀରେ ଧୀରେ ଅଗ୍ନିକାଣ୍ଡ ସାରା ବସ୍ତିରେ ବ୍ୟାପିବାରେ ଲାଗିଥିଲେ । ତେବେ ବସ୍ତିରେ ସିଲିଣ୍ଡର ଫାଟି ଯିବାରୁ ଅଗ୍ନିକାଣ୍ଡ ବଢିଯାଇଥିଲା । ଅଗ୍ନିକାଣ୍ଡରେ ୨୦୦ରୁ ଅଧିକ ଝୁମ୍ପୁଡି ଓ ଗୋଦାମ ଘର ପୋଡି ପାଉଁଶ ହୋଇଯାଇଛି । ନିଆଁ ବ୍ୟାପିବାର ଦେଖି ଅଗ୍ନିଶନ ବାହିନୀକୁ ଜଣାଯାଇଥିଲା । ଖବର ମିଳିବା ମାତ୍ର ଅଗ୍ନିଶମ ବାହିନୀର ୩୦ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ବ୍ୟକ୍ତିଙ୍କର ମୃତାହତର ସୂଚନା ମିଳିନାହିଁ ।



from Prameya News7 https://ift.tt/2AbyWcJ
ବସ୍ତିରେ ଭୟାବହ ଅଗ୍ନିକାଣ୍ଡ, ୨୦୦ରୁ ଅଧିକ ଝୁମ୍ପୁଡି ଓ ଗୋଦାମ ଘର ପୋଡି ପାଉଁଶ ବସ୍ତିରେ ଭୟାବହ ଅଗ୍ନିକାଣ୍ଡ, ୨୦୦ରୁ ଅଧିକ ଝୁମ୍ପୁଡି ଓ ଗୋଦାମ ଘର ପୋଡି ପାଉଁଶ Reviewed by SUBHENDU BARAL on May 25, 2020 Rating: 5

No comments:

Powered by Blogger.