ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ୩ ଆହତ

ସାଲେପୁର ୨୭।୫: ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ । ଭାରସାମ୍ୟ ହରାଇ ଟ୍ରକ୍‌ କୁ ଧକ୍କା ଦେଲା । ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଘଟିଛି ଦୁର୍ଘଟଣା ।

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ଷ୍ଟେଟବ୍ୟାଙ୍କ ଗଡା ନିକଟରେ ଗର୍ଭବତୀ ମହିଳାଙ୍କୁ ନେଇ ଯାଉଥିବା ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଟ୍ରକ୍ କୁ ଧକ୍କା ଦେଇଛି । ଫଳରେ ତିନି ଜଣ ଆହତ ହୋଇଛନ୍ତି ।

ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଗର୍ଭବତୀ ମହିଳା ଓ ଡ୍ରାଇଭରଙ୍କୁ ଉଦ୍ଧାର କରି କଟକ ବଡ ମେଡିକାଲକୁ ପଠାଇଛନ୍ତି । ଆମ୍ବୁଲାନ୍ସଟି ବାଲେଶ୍ବରରୁ ଗର୍ଭବତୀ ମହିଳାଙ୍କୁ ନେଇ କଟକ ଯାଉଥିଲା । ସୌଭାଗ୍ୟବଶତଃ ଗର୍ଭବତୀ ମହିଳାଙ୍କ କୌଣସି କ୍ଷତି ହୋଇନାହିଁ । ପୋଲିସ ପହଞ୍ଚି ଟ୍ରକ୍ ଓ ଆମ୍ବୁଲାନ୍ସକୁ ଜବତ କରି ତଦନ୍ତ ଜାରି ରଖିଛି ।



from Prameya News7 https://ift.tt/3gnXuQt
ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ୩ ଆହତ ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ୩ ଆହତ Reviewed by SUBHENDU BARAL on May 26, 2020 Rating: 5

No comments:

Powered by Blogger.