ବିରଳ ଦୁଇ ମୁଣ୍ଡିଆ ସାପ ରେଡ୍ ସ୍ୟାଣ୍ଡ୍ ବୋଆ ଉଦ୍ଧାର, ଦାମ୍ କୋଟି କୋଟି ଟଙ୍କା

ବାଲେଶ୍ବର ୨୬।୫: ବାଲେଶ୍ବର ସହରରରୁ ଏକ ବିରଳ ସାପ ଉଦ୍ଧାର ହୋଇଛି । ସାପ ଧରାଳୀ କାର୍ତ୍ତିକ ସେଠୀ ଏହି ସାପକୁ କୁରୁଡାର ଏକ ପେଟ୍ରୋଲ ପମ୍ପ୍ ନିକଟରୁ ଉଦ୍ଧାର କରିଛନ୍ତି । ତେବେ ଉଦ୍ଧାର କରିବା ପରେ ସାପଟିକୁ କୁଳଡିହା ଅଭୟାରଣ୍ୟରେ ଛାଡି ଦେଇଥିବା ଜଣାପିଡଛି । ଏହି ବିରଳ ସାପଟିର ନାଁ ହେଉଛି ରେଡ୍ ସାଣ୍ଡ ବୋଆ । ଅନ୍ତଃରାଷ୍ଟ୍ରୀୟ ବଜାରରେ ଏହି ସାପର ଦାମ୍ କୋଟି କୋଟି ଟଙ୍କା । ଏହା ଦୁଇ ମୁଣ୍ଡିଆ ସାପ ଭାବରେ ମଧ୍ୟ ପରିଚିତ । କିନ୍ତୁ ଏହା ବିଷଧର ନୁହେଁ । ଏହି ସାପକୁ ନେଇ ଅନେକ ଅନ୍ଧବିଶ୍ବାସ ମଧ୍ୟ ରହିଛି । କୁହାଯାଏ ଯେ ରେଡ୍‌ ସାଣ୍ଡ ବୋଆ ସାପର ଗ୍ରନ୍ଥିରେ ଗୁପ୍ତ ଆଣ୍ଟି-ଏଜିଙ୍ଗ୍‌ ତତ୍ତ୍ବ ରହିଛି । ଯାହାକୁ ବ୍ୟବହାର କରାଯାଇ ବିଭିନ୍ନ ପ୍ରକାର ଔଷଧ ତିଆରି କରାଯାଇଥାଏ । ଏଥିରୁ ତିଆରି ଔଷଧରେ ଏଡସ୍ ରୋଗ ମଧ୍ୟ ଠିକ୍ କରିହେବ ବୋଲି ବିଶ୍ବାସ ରହିଛି ।

ସେହିପରି ଏହି ସାପକୁ ଲୋକେ ଭାଗ୍ୟଶାଳୀ ବୋଲି ମଧ୍ୟ ମାନିଥାନ୍ତି । ଏହାକୁ ପାଖରେ ରଖିଲେ ଧନ ସମୃଦ୍ଧି ଓ ଶକ୍ତି ବୃଦ୍ଧି ପାଇଥାଏ ବୋଲି ଲୋକେ କିଛି ବିଶ୍ବାସ କରିଥାନ୍ତି । ଏଥିପାଇଁ ଏହି ସାପର ଦାମ୍ ଅନ୍ତଃରାଷ୍ଟ୍ରୀୟ ବଜାରରେ ଏକ କୋଟିରୁ ୨୫ କୋଟି ଟଙ୍କା ପର୍ଯ୍ୟନ୍ତ ରହିଥାଏ । ସାପର ଓଜନ ଯେତିକି ବେଶୀ ତାର ଦାମ୍ ସେତିକି ଅଧିକ ହେବ । ଏହି ସାପ ଚୋରାଚାଲାଣ କରୁଥିବା ରାକେଟ୍ ଭାରତ ସମେତ ବିଭିନ୍ନ ଦେଶରେ ବେଶ୍ ସକ୍ରିୟ ଅଛନ୍ତି । ଏହି ସାପ ବିଶେଷ କରି ଇରାନ, ପାକିସ୍ଥାନ, ଉତ୍ତର ପଶ୍ଚିମ ଭାରତର ବିଭିନ୍ନ ରାଜ୍ୟ ତଥା ମରୁଭୂମୀରେ ଦେଖିବାକୁ ମିଳିଥାନ୍ତି । ଏହା ଥରକେ ୧୪ଟି ଛୁଆ ଜନ୍ମ କରିଥାନ୍ତି । ଏମାନେ ବିଶେଷ କରି ମୁଷା ଖାଇଥାନ୍ତି ।



from Prameya News7 https://ift.tt/3gnnED3
ବିରଳ ଦୁଇ ମୁଣ୍ଡିଆ ସାପ ରେଡ୍ ସ୍ୟାଣ୍ଡ୍ ବୋଆ ଉଦ୍ଧାର, ଦାମ୍ କୋଟି କୋଟି ଟଙ୍କା ବିରଳ ଦୁଇ ମୁଣ୍ଡିଆ ସାପ ରେଡ୍ ସ୍ୟାଣ୍ଡ୍ ବୋଆ ଉଦ୍ଧାର, ଦାମ୍ କୋଟି କୋଟି ଟଙ୍କା Reviewed by SUBHENDU BARAL on May 25, 2020 Rating: 5

No comments:

Powered by Blogger.