ଟ୍ରାନ୍ସଫର୍ମର ଉପରେ ଛିଡା ହୋଇଛି ୫ବର୍ଷର ଶିଶୁ, ଆୟୁଷ ଥିଲା ବୋଲି ନେଇପାରିଲାନି ଯମ

ଯାଜପୁର ୨୬।୦୫ : ଯାଜପୁର ଜିଲ୍ଲା କୋରେଇ ବ୍ଲକ ରଗଡ଼ି ପଲିଟେକ୍‌ନିକ ନିକଟରେ ସୋମବାର ଅପରାହ୍ଣରେ ଏକ ଟ୍ରାନ୍ସଫର୍ମର ନିକଟରେ ଲୋକଙ୍କ ଭିଡ଼ ଜମିଥିଲା । ସମସ୍ତେ ଉପରକୁ ଚାହିଁ ରହିଥିଲେ । ଟ୍ରାନ୍ସଫର୍ମର ଖୁଣ୍ଟି ଅଗ୍ରରେ ଛିଡ଼ା ହୋଇଥିଲା ଏକ ଶିଶୁପୁତ୍ର । ବୟସ ୫ କି ୬ବର୍ଷ ହେବ । ସମସ୍ତେ ଠାକୁରଙ୍କ ପ୍ରାର୍ଥନାକୁ କରୁଥିଲେ ଶିଶୁଟି ସୁରକ୍ଷିତଭାବେ ତଳକୁ ଆସୁ । ଏପରି ଦୃଶ୍ୟ ଅନେକ ଲୋକଙ୍କ ଲୋମ ଟାଙ୍କୁରି ଉଠିଥିଲା । ଶିଶୁଟି କିପରି ଏପରି ଏକ ବିପଦପୂର୍ଣ୍ଣ ସ୍ଥାନରେ ପହଞ୍ଚିଲା ତାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଭାଗ୍ୟକୁ ଏହି ସମୟରେ କରେଣ୍ଟ ନଥିଲା । ଲୋକେ ବହୁବାର ଡାକିବା ପରେ ଶିଶୁଟି ତଳକୁ ଓହ୍ଲାଇଥିଲା । ଏହାପରେ ଲୋକଙ୍କ ଚେତା ପଶିଥିଲା ।

ତଳକୁ ଓହ୍ଲାଇବା ପରେ ଜଣାପଡ଼ିଥିଲା ଯେ, ଶିଶୁଟିର ଘର ସେଇ ନିକଟରେ । ଆଦିବାସୀ ଶ୍ରେଣୀର ଏହି ଶିଶୁଟି ଅଧିକାଂଶ ସମୟରେ ଏଠାରେ ବୁଲାବୁଲି କରେ । ରାସ୍ତାରେ ଯାଉଥିବା ଗାଡ଼ି ଦେଖିବା ପାଇଁ ସେ ଖୁଣ୍ଟ ଉପରକୁ ଚଢ଼ି ଯାଇଥିଲା । ହେଲେ ଏହା ଟ୍ରାନ୍ସଫର୍ମର ଖୁଣ୍ଟ । ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଲେ ତା’ ଜୀବନ ଯାଇପାରେ ତାହା ତାକୁ ଜଣାନଥିଲା । ଖୁଣ୍ଟ ଉପରେ ଛିଡ଼ା ହୋଇ ଶିଶୁଟି ଗାଡ଼ି ଦେଖୁଥିବା ବେଳେ ନିକଟରେ ବୁଲୁଥିବା ଜଣେ ବ୍ୟକ୍ତି ତାକୁ ଦେଖିଥିଲେ । ଏହାପରେ ତାକୁ ତଳକୁ ଓହ୍ଲାଇବା ପାଇଁ ଯେତେ କହିଲେ ବି ସେ ଓହ୍ଲାଇନଥିଲା ।

ଦେଖୁ ଦେଖୁ ସଙ୍ଗେସଙ୍ଗେ ବହୁ ଲୋକ ରୁଣ୍ଡ ହୋଇଯାଇଥଲେ । କ’ଣ କରିବେ କେହି ଭାବି ପାରୁନଥିଲେ । ବିପଦ ମୁହଁରୁ ପିଲାଟି କିପରି ସୁରକ୍ଷିତ ଫେରିବ ସମସ୍ତଙ୍କ ମନରେ ସେହି ଚିନ୍ତା ଥିଲା । ଯୋଗକୁ ଏହି ସମୟରେ କରେଣ୍ଟ ନଥିଲା । କୌଣସି ମୁହୂର୍ତ୍ତରେ କରେଣ୍ଟ ଆସିବାର ସମ୍ଭାବନା ରହିଥିଲା । ଏହାପରେ ଲୋକମାନେ ବହୁବାର ତାକୁ କହିବା ପରେ ଶିଶୁଟି ତଳକୁ ଓହ୍ଲାଇ ଆସିଥିଲା । ନିଶ୍ଚିତ ମୃତ୍ୟୁ ମୁଖରୁ ଶିଶୁଟି ଫେରିଥିବା ବେଳେ ରଖେ ହରି ତ ମାରେ କିଏ ବୋଲି ସ୍ଥାନୀୟ ଲୋକେ କୁହାକୁହି ହେଉଥିବା ଶୁଣିବାକୁ ମିଳିଥିଲା ।



from Prameya News7 https://ift.tt/2LYjzar
ଟ୍ରାନ୍ସଫର୍ମର ଉପରେ ଛିଡା ହୋଇଛି ୫ବର୍ଷର ଶିଶୁ, ଆୟୁଷ ଥିଲା ବୋଲି ନେଇପାରିଲାନି ଯମ ଟ୍ରାନ୍ସଫର୍ମର ଉପରେ ଛିଡା ହୋଇଛି ୫ବର୍ଷର ଶିଶୁ, ଆୟୁଷ ଥିଲା ବୋଲି ନେଇପାରିଲାନି ଯମ Reviewed by SUBHENDU BARAL on May 25, 2020 Rating: 5

No comments:

Powered by Blogger.