ଭୁବନେଶ୍ୱର: ଜଣେ ସ୍ୱାମୀ, ୨ ଜଣ ସ୍ତ୍ରୀ। ଜଣଙ୍କୁ ପରିବାର ଲୋକଙ୍କ ସହମତିରେ ବିବାହ କରିଥିବାବେଳେ ଆଉ ଜଣଙ୍କୁ ଚୋରା ପୀରତିରେ ବିବାହ କରିଛନ୍ତି ଜଣେ ଯୁବକ। ଶେଷରେ ମାମଲା ଯାଇ ଥାନାରେ ପହଞ୍ଚିଛି। ରାଜଧାନୀ ଭୁବନେଶ୍ୱରରେ ଏଭଳି ଏକ ପରକୀୟା ପ୍ରୀତିକୁ ନେଇ ଚର୍ଚ୍ଚା।
କେନ୍ଦୁଝରର ଶଶାଙ୍କ ଶେଖର ମହନ୍ତ ନାମକ ଜଣେ ଯୁବକଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି। ନିଜକୁ ଦ୍ୱିତୀୟ ପତ୍ନୀ ବୋଲି ଦାବି କରୁଥିବା ମହିଳାଙ୍କ ଅଭିଯୋଗ ଆଣି କହିଛନ୍ତି,, ବର୍ଷେ ତଳେ ଏକ ପାର୍କରେ ତାଙ୍କର ଶଶାଙ୍କଙ୍କ ସହ ଦେଖା ହୋଇଥିଲା। ଏହାପରେ ସେମାନେ ବିବାହ କରିଥିଲେ। ମାତ୍ର ବିବାହ ସମୟରେ ଶଶାଙ୍କ ପୂର୍ବରୁ ବିବାହିତ ବୋଲି ଜାଣିନଥିଲେ। ତେବେ ଏ ବିଷୟରେ ଜାଣିବା ପରେ ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡ଼ିବା ପାଇଁ କହିଥିଲେ। ମାତ୍ର ଶଶାଙ୍କ ଏଥିରେ ରାଜି ନ ହୋଇ ତାଙ୍କୁ ଧମକ ଦେବା ସହ ମାଡ଼ ମଧ୍ୟ ମାରିଥିବା ମହିଳା ଜଣଙ୍କ ସହିଦ୍ ନଗର ଥାନାରେ ଅଭିଯୋଗ କରିଛନ୍ତି।
ମହିଳା ଜଣକ ଆହୁରି ଅଭିଯୋଗ ଆଣି କହିଛନ୍ତି, ‘ସେ(ଯୁବକ ଜଣକ) ମୋ ଲାଇଫ୍ ପୂରା ବର୍ବାଦ୍ କରିଦେଲା। ଏବେ ସେ ମନା କରୁଛି ମୋ ସହ ଆଉ ରହିବ ନାହିଁ। ତେଣୁ ମୁଁ ଚାହୁଁଛି ମୋତେ ନ୍ୟାୟ ମିଳୁ।’
ଅନ୍ୟପକ୍ଷରେ ଶଶାଙ୍କଙ୍କ ପ୍ରଥମ ପତ୍ନୀ କହିଛନ୍ତି, ମୋ ସ୍ୱାମୀଙ୍କୁ ବ୍ଲାକ୍ମେଲିଂ କରି ଫସା ଯାଇଛି।
from OTV Khabar. https://ift.tt/2SYlj82
No comments: