ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସାକ୍ଷାତ, ପ୍ରତିରକ୍ଷା କ୍ଷେତ୍ରରେ ହେବ ବଡ ଡିଲ୍

ନୂଆଦିଲ୍ଲୀ ୨୫।୨: ଭାରତ ଗସ୍ତରେ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ତାଙ୍କ ପତ୍ନୀ ମେଲାନିଆ ଦିଲ୍ଲୀ ସ୍ଥିତ ଆଇଟିସି ମୌର୍ଯ୍ୟ ହୋଟେଲରେ ରାତ୍ରି ଯାପନ କରିଛନ୍ତି । ଆଜି ସକାଳ ସାଢେ ୧୦ଟାରେ ସେଠାରୁ ରାଜଘାଟ ଯାଇ ମହାତ୍ମା ଗାନ୍ଧିଙ୍କ ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଦେବେ ଟ୍ରମ୍ପ୍ ଦମ୍ପତି । ଏହାପରେ ସକାଳ ୧୧ଟାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ଭାରତ-ଆମେରିକା ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ନିବିଡ କରିବା ଲାଗି ବିସ୍ତୃତ ଆଲୋଚନା ହେବ। ପ୍ରତିରକ୍ଷା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଦୁଇଟି ବଡ ଡିଲ୍ ହେବାର ସମ୍ଭାବନା ରହିଛି ।

ନୌସେନା ପାଇଁ   ଭାରତ ଆମେରିକାଠାରୁ ୨୪ଟି MH-60R ହେଲିକପ୍ଟର ଓ ସ୍ଥଳସେନା ପାଇଁ ଭାରତ ୬ଟି AH-64E APACHE ହେଲିକପ୍ଟର କିଣିବା ନେଇ ଚୁକ୍ତି ସ୍ବାକ୍ଷର କରିବା ନେଇ ଆଲୋଚନା ଚାଲିଛି  ।

ସଂଧ୍ୟା ୭ଟା ୩୦ରେ ରାଷ୍ଟ୍ରପତି ଭବନରେ ରାମନାଥ କୋବିନ୍ଦଙ୍କୁ ଭେଟି ସାକ୍ଷାତ ଆଲୋଚନା କରିବେ । ରାତି ୧୦ଟାରେ ଆମେରିକା ଫେରିଯିବେ ଆମେରିକା ରାଷ୍ଟ୍ରପତି ଓ ତାଙ୍କ ପରିବାର ।



from Prameya News7 https://ift.tt/37US9uF
ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସାକ୍ଷାତ, ପ୍ରତିରକ୍ଷା କ୍ଷେତ୍ରରେ ହେବ ବଡ ଡିଲ୍ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସାକ୍ଷାତ, ପ୍ରତିରକ୍ଷା କ୍ଷେତ୍ରରେ ହେବ ବଡ ଡିଲ୍ Reviewed by SUBHENDU BARAL on February 24, 2020 Rating: 5

No comments:

Powered by Blogger.