ସ୍ବାଭିମାନ ଅଞ୍ଚଳରେ ପୁଣି ଲାଲ ଆତଙ୍କ : ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା Kanak News

maoists

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରେ ପୁଣି ବର୍ବରକାଣ୍ଡ ଘଟାଇଛନ୍ତି ମାଓବାଦୀ । ପୁଲିସ ଇନଫର୍ମର ଦର୍ଶାଇ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ନକ୍ସଲଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଯଡ଼ାମ୍ବ ଗାଁର ବାସିନ୍ଦା ଦୀନବନ୍ଧୁ ବେପାରୀ । ଚିତ୍ରକୋଣ୍ଡା ବ୍ଲକ ଯଡ଼ାମ୍ବ ପଞ୍ଚାୟତର ଖଜୁରୀଗୁଡ଼ା ଜଂଗଲର ବିହନଗୁଡ଼ା ଛକ ନିକଟରେ ଘଟିଥିବା ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଅନ୍ୟପଟେ ପୁଲିସ ଅଜଣା କାରଣରୁ ଏନେଇ ଆଦୌ ମୁହଁ ଖୋଲୁନାହିଁ ।

ସୂଚନା ଅନୁଯାୟୀ, ଦୀନବନ୍ଧୁ ପେସାରେ ଜଣେ ବ୍ୟବସାୟୀ । ଏହି ଅଞ୍ଚଳର ସାପ୍ତାହିକ ହାଟରେ ସେ ବ୍ୟବସାୟ କରୁଥିଲେ । ଗତକାଲି ପରିବାର ସହ ସେ ଯଡ଼ାମ୍ବରୁ ପଣସପୁଟ ଯାଉଥିଲେ। ରାସ୍ତାରେ ନକ୍ସଲଙ୍କ ସହ ଭେଟ ହୋଇଥିଲା । କିଛି କାମ ରହିଥିବା ଦର୍ଶାଇ ନକ୍ସଲ ତାଙ୍କୁ ସେଠାରୁ ନେଇ ଯାଇଥିଲେ। ପରିବାର ଲୋକ ବି ବିଶେଷ ଗୁରୁତ୍ବ ନଦେଇ ଘରକୁ ଚାଲି ଆସିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ନକ୍ସଲ ନିଛାଟିଆ ସ୍ଥାନରେ ପୁଲିସ ଇନଫର୍ମର ଦର୍ଶାଇ ଗଳକାଟି ହତ୍ୟା କରିଥିଲେ। ବିହନଗୁଡ଼ା ଜଙ୍ଗଲରେ ଶବ ଫିଙ୍ଗି ନକ୍ସଲ ଚାଲି ଯାଇଥିଲେ। ଖବର ପାଇ ଆଜି ପରିବାର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ଶବ ନେଇ ଆସିଥିବା ଜଣାପଡ଼ିଛି।

ଏନେଇ ଚିତ୍ରକୋଣ୍ଡା ପୁଲିସ ନିକଟରେ ସବିଶେଷ ତଥ୍ୟ ରହିଛି। ତଥାପି କୌଣସି କାରଣ ପାଇଁ ଏନେଇ ପୁଲିସ କିଛି କହିବାକୁ ଅମଙ୍ଗ ହେଉଛି। ହାତରୁ ଖସୁଥିବା ଗଡ଼ରେ ପୁଣି ନିଜ ପତିଆରା ଜାହିର କରିବାକୁ ନକ୍ସଲ ଏହି ନାରକୀୟ କାଣ୍ଡ କରିଥିବା କୁହାଯାଉଛି। ପୁଣି ଯଡ଼ାମ୍ବ ବିଏସଏଫ କ୍ୟାମ୍ପ ଠାରୁ ମାତ୍ର ୪ କିଲୋମିଟର ଦୂରରେ ଏହି ଘଟଣା ଘଟାଇ ସୁରକ୍ଷାକର୍ମୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।


from Kanak News https://ift.tt/2VgmKA9 https://ift.tt/38Ybr3p
ସ୍ବାଭିମାନ ଅଞ୍ଚଳରେ ପୁଣି ଲାଲ ଆତଙ୍କ : ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା Kanak News ସ୍ବାଭିମାନ ଅଞ୍ଚଳରେ ପୁଣି ଲାଲ ଆତଙ୍କ : ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା Kanak News Reviewed by SUBHENDU BARAL on February 24, 2020 Rating: 5

No comments:

Powered by Blogger.