ରାଜଧାନୀ ମୁହାଁ ନରହନ୍ତା ଦନ୍ତା OTV KHABAR BUREAU

ଭୁବନେଶ୍ୱର: ପିପିଲି ପରେ ଏବେ ରାଜଧାନୀ ଭୁବନେଶ୍ୱର ମୁହାଁ ହୋଇଛି ନରହନ୍ତା ଦନ୍ତା। ଭୁବନେଶ୍ୱର ଉପକଣ୍ଠ ଘାଟିକିଆରେ ନରହନ୍ତା ଦନ୍ତା ପହଞ୍ଚି ଥିବାବେଳେ ଦନ୍ତା ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

ଚନ୍ଦକା ଜଙ୍ଗଲରୁ ଚାଲି ଆସିଥିବା ଏହି ଦନ୍ତା ଆକ୍ରମଣରେ ଗତକାଲି ପୁରୀ ଜିଲ୍ଲା ପିପିଲିରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଅବସ୍ଥା ଗୁରୁତର ରହିଛି। ବିଳମ୍ବିତ ରାତିରେ ନରହନ୍ତା ଦନ୍ତା ଦୟା ନଦୀ ବ୍ରିଜ୍ ପାର୍ ହୋଇ ଚାଲି ଆସିଥିବା ଜଣାପଡ଼ିଛି।

ଖୋର୍ଦ୍ଧା ଡିଏଫ୍ଓଙ୍କ ନେତୃତ୍ୱରେ ବନ ବିଭାଗର ଏକ ୫୦ ଜଣିଆ ଟିମ୍ ଦନ୍ତାକୁ ଘଉଡ଼ାଇବା କାମରେ ଲାଗିଥିବାବେଳେ ନରହନ୍ତା ଦନ୍ତା ଏବେ ରାଜଧାନୀ ମୁହାଁ ହୋଇଥିବା ସୂଚନା ମିଳିଛି।

ସେପଟେ ନରହନ୍ତା ଦନ୍ତାର ଉତ୍ପାତ ଯୋଗୁ ଘରୁ ନ ବାହାରିବାକୁ ମାଇକ୍ ଯୋଗେ ବନ ବିଭାଗ ପ୍ରଚାର କରୁଛି। ହାତୀକୁ ନେଇ ପିପିଲି-ଡେଲାଙ୍ଗ ଅଞ୍ଚଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।



from OTV Khabar. https://ift.tt/3c47Nar
ରାଜଧାନୀ ମୁହାଁ ନରହନ୍ତା ଦନ୍ତା OTV KHABAR BUREAU ରାଜଧାନୀ ମୁହାଁ ନରହନ୍ତା ଦନ୍ତା OTV KHABAR BUREAU Reviewed by SUBHENDU BARAL on February 23, 2020 Rating: 5

No comments:

Powered by Blogger.