ଅହମ୍ମଦାବାଦ ୨୪।୦୨: ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି । ଭାରତ ଅଭିମୁଖେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ । ଆଉ କିଛି ଘଣ୍ଟା ପରେ ଅର୍ଥାତ ଦିନ ପ୍ରାୟ ୧୧ଟା ୪୦ରେ ଅହମ୍ମଦାବାଦ ଏୟାର ପୋର୍ଟରେ ଲ୍ୟାଣ୍ଡ କରିବ ଏୟାରଫୋର୍ସ ୱାନ ବିମାନ ।
ସୋମବାର ଏବଂ ମଙ୍ଗଳବାର ଦୁଇ ଦିନ ଧରି ଭାରତରେ ରହିବେ ଟ୍ରମ୍ପଙ୍କ ପରିବାର । ନମସ୍ତେ ଟ୍ରମ୍ପ ଠାରୁ ତାଜମହଲ ପରିଦର୍ଶନ ଭଳି ବ୍ୟସ୍ତବହୁଳ କାର୍ଯ୍ୟକ୍ରମରେ ଯୋଗଦେବେ ଆମେରିକା ରାଷ୍ଟ୍ରପତି । ଟ୍ରମ୍ପଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଏହି ଗସ୍ତରେ ସାମିଲ ଅଛନ୍ତି । ଭାରତକୁ ଯାତ୍ରା କରିବା ପୂର୍ବରୁ ଟ୍ରମ୍ପ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ମୋର ନିଜର ବନ୍ଧୁ। ଭାରତୀୟଙ୍କ ସହ ମିଶିବାକୁ ମୁଁ ଉତ୍ସାହିତ। ଏସବୁ ଭିତରେ ଟ୍ରମ୍ପଙ୍କୁ ସ୍ୱାଗତ କରିବାକୁ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।
ଅହମ୍ମଦାବାଦ ବିମାନବନ୍ଦରରେ ଅବତରଣ କରିବ ଆମେରିକା ରାଷ୍ଟ୍ରପତିଙ୍କ ବିମାନ- ଏୟାରଫୋର୍ସ-ୱାନ । ପ୍ରଧାନମନ୍ତ୍ରୀ ମୋଦି ନିଜେ ବିମାନବନ୍ଦରରେ ଉପସ୍ଥିତ ରହି ଆମେରିକାର ପ୍ରଥମ ପରିବାରକୁ ସ୍ୱାଗତ କରିବେ । ଡୋନାଲ୍ଡ ଟ୍ରମ୍ପଙ୍କ ଗସ୍ତ ପାଇଁ ପୁରା ଅହମ୍ମଦାବାଦ ସହରକୁ ନୂଆ ବୋହୂ ପରି ସଜେଇ ଦିଆଯାଇଛି । ସ୍ୱାଗତ ପାଇଁ ଏତେ ବଡ ଆୟୋଜନ ହୋଇଛି, ଯାହା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା ।
from Prameya News7 https://ift.tt/37T0XBl
No comments: