ରାଜଧାନୀରେ ପ୍ରେମ, ପ୍ରଣୟ ଓ ପ୍ରତାରଣା । ପତ୍ନୀ ଥାଉ ଥାଉ ଯୁବତୀଙ୍କୁ ପ୍ରେମ ବିବାହ କରିବା ଯୁବକଙ୍କୁ ମହଙ୍ଗା ପଡିଲା :ପ୍ରେମିକାର ଅଭିଯୋଗ ପରେ ଉଠାଇନେଲା ସହିଦନଗର ଥାନା ପୁଲିସ Kanak News

କନକ ବ୍ୟୁରୋ : ରସିକିଆ ସ୍ୱାମୀଙ୍କ ପ୍ରେମ କାହାଣୀ । ପ୍ରେମ, ପ୍ରଣୟ ଓ ପ୍ରତାରଣା । ପ୍ରେମିକାଙ୍କ ଅଭିଯୋଗ ପରେ ବିବାହିତ ଯୁବକକୁ ଉଠାଇ ନେଇଛି ପୁଲିସ । ରାଜଧାନୀର ସହିଦ ନଗର ଅଂଚଳରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଚାଲିଛି । ସହିଦ ନଗର ଅଂଚଳର ବିବାହିତ ଯୁବକ ଶଶାଙ୍କ ଶେଖର ମହନ୍ତ ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ରଖିଥିଲେ । ତେବେ ପ୍ରେମିକା ଶଶାଙ୍କ ବିବାହିତ ବୋଲି ଜାଣିବା ପରେ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି ।

ଶସାଙ୍କ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣ କରିଥିବା ଅଭିଯୋଗ ଆଣିବା ପରେ ସହିଦନଗର ଥାନା ପୁଲିସ ଶସାଙ୍କଙ୍କୁ ଥାନାର ଆଣି ଅଟକ ରଖିଛି । ତେବେ ଶଶାଙ୍କ ପତ୍ନୀ ମଧ୍ୟ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କୁ ସ୍ୱାମୀଙ୍କୁ ଫସେଇ ଦିଆଯାଇଛି । ଶଶାଙ୍କ ବିବାହିତ ଜାଣି ମଧ୍ୟ କାହିଁକି ସଂପର୍କ ରଖିଥିଲେ ବୋଲି ପ୍ରେମିକାଙ୍କୁ ଦୋଷ ଦେଇଛନ୍ତି ପତ୍ନୀ ।



from Kanak News https://ift.tt/2SWAT3Q https://ift.tt/2N7bNvP
ରାଜଧାନୀରେ ପ୍ରେମ, ପ୍ରଣୟ ଓ ପ୍ରତାରଣା । ପତ୍ନୀ ଥାଉ ଥାଉ ଯୁବତୀଙ୍କୁ ପ୍ରେମ ବିବାହ କରିବା ଯୁବକଙ୍କୁ ମହଙ୍ଗା ପଡିଲା :ପ୍ରେମିକାର ଅଭିଯୋଗ ପରେ ଉଠାଇନେଲା ସହିଦନଗର ଥାନା ପୁଲିସ Kanak News ରାଜଧାନୀରେ ପ୍ରେମ, ପ୍ରଣୟ ଓ ପ୍ରତାରଣା । ପତ୍ନୀ ଥାଉ ଥାଉ ଯୁବତୀଙ୍କୁ ପ୍ରେମ ବିବାହ କରିବା ଯୁବକଙ୍କୁ ମହଙ୍ଗା ପଡିଲା :ପ୍ରେମିକାର ଅଭିଯୋଗ ପରେ ଉଠାଇନେଲା ସହିଦନଗର ଥାନା ପୁଲିସ Kanak News Reviewed by SUBHENDU BARAL on February 24, 2020 Rating: 5

No comments:

Powered by Blogger.