ବାଙ୍କୀ ଡବଲ ମର୍ଡର ଘଟଣାରେ ଆଉ ଜଣଙ୍କୁ ଗିରଫ କଲା ପୋଲିସ । ଗିରଫ ସଂଖ୍ୟା ୫ ଛୁଇଁଲା Kanak News

କନକ ବ୍ୟୁରୋ : ବହୁଚର୍ଚ୍ଚିତ ବାଙ୍କୀ ଡବଲ୍‌ ମର୍ଡର ଘଟଣାରେ ପୁଣି ଜଣଙ୍କୁ ଗିରଫ କରିଛି ପୋଲିସ। ମଙ୍ଗଳବାର ଦିନ ପୁଲିସ ଖଜୁରିପଦା ଗ୍ରାମର ଭରତ ପ୍ରଧାନ(୩୮)ଙ୍କୁ ନୟାଗଡ଼ରୁ ଗିରଫ କରି କୋର୍ଟ ଚାଲାଣ କରିଛି। ଭରତ ଏହି ହତ୍ୟାକାଣ୍ଡ ସହିତ ସିଧାସଲଖ ଜଡିତ ଓ ହତ୍ୟାକାଣ୍ଡ ସମୟରେ ସେ ସେହି ସ୍ଥାନରେ ଉପସ୍ଥିତ ଥିଲେ। ଭରତ ଗିରଫ ହେବା ପରେ ଏହି ହତ୍ୟା ଘଟଣାରେ ଗିରଫଦାରୀ ସଂଖ୍ୟା ୫ରେ ପହଞ୍ଚିଛି। ଅନ୍ୟପଟେ ଏହି ଡବଲ ମର୍ଡର ଘଟଣାରେ ଏବେ ବି ୧୦ରୁ ଅଧିକ ଦୁର୍ବୃତ୍ତଙ୍କୁ ଧରିପାରିନି ପୁଲିସ। ଫେରାର ଅଭିଯୁକ୍ତମାନେ ନୟାଗଡ଼, ଖୋର୍ଦ୍ଧା ଓ ରାଜଧାନୀ ଅଞ୍ଚଳରେ ଲୁଚିଥିବା ସନ୍ଦେହ କରାଯାଉଛି।

ଅନ୍ୟପଟେ ଘଟଣାରେ ଗିରଫ ହୋଇଥିବା ମୁଖ୍ୟ ଷଡ଼୍‌ଯନ୍ତ୍ରକାରୀ କାଳିଆ ଓରଫ୍‌ ସୁଶାନ୍ତ ପ୍ରଧାନ (୪୦), ବଳଭଦ୍ର ପ୍ରଧାନ ଓରଫ୍‌ ବଳିଆ, ଜିତୁ ଓରଫ୍‌ କାଳିଆ ଓରଫ୍‌ ଜିତେନ୍ଦ୍ର ସ୍ବାଇଁଙ୍କୁ ରିମାଣ୍ଡରେ ଆଣିବା ପାଇଁ ବାଙ୍କୀ ପୁଲିସ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିବା ଏସ୍‌ପି ରାଧାବିନୋଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଉଲ୍ଲେଖ୍ୟ, ସରପଞ୍ଚ ମମତା ମହାପାତ୍ରଙ୍କ ସ୍ବାମୀ ଭଗବାନ ସ୍ବାଇଁ, ଆଦିତ୍ୟ ରଣସିଂହ ଓ ବବୁଲୁ ଓରଫ୍‌ ରଞ୍ଜନ ସିଂହ ଗତ ୧୫ତାରିଖ ଦିନ ବାଙ୍କୀ ବ୍ଲକ୍‌ରୁ କାମ ସାରି ବାଇକ୍‌ରେ ଗାଁକୁ ‌ଫେରୁଥିବା ବେଳେ ବାଙ୍କୀ-କଳାପଥର ରାସ୍ତାର ଜୋକଲାଞ୍ଜି ଡ୍ୟାମ ନିକଟ ନିଛାଟିଆ ରାସ୍ତାରେ ଯୋଜନାବଦ୍ଧ ଭାବେ ଦୁର୍ବୃତ୍ତମାନେ ଟାଙ୍ଗିଆ ଓ ଖଣ୍ଡାରେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଭଗବାନ ଓ ଆଦିତ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ବବଲୁ ଅକ୍ଷତ ଅବସ୍ଥାରେ ବର୍ତ୍ତି ଯାଇଥିଲେ।



from Kanak News https://ift.tt/2Pp6DMU https://ift.tt/392K9cj
ବାଙ୍କୀ ଡବଲ ମର୍ଡର ଘଟଣାରେ ଆଉ ଜଣଙ୍କୁ ଗିରଫ କଲା ପୋଲିସ । ଗିରଫ ସଂଖ୍ୟା ୫ ଛୁଇଁଲା Kanak News ବାଙ୍କୀ ଡବଲ ମର୍ଡର ଘଟଣାରେ ଆଉ ଜଣଙ୍କୁ ଗିରଫ କଲା ପୋଲିସ । ଗିରଫ ସଂଖ୍ୟା ୫ ଛୁଇଁଲା Kanak News Reviewed by SUBHENDU BARAL on February 25, 2020 Rating: 5

No comments:

Powered by Blogger.