୧୩ ବର୍ଷର ବନ୍ଦୀ ଜୀବନ ପରେ ସର୍କସରୁ ମୁକ୍ତ ହେଲା ଜଙ୍ଗଲର ରାଜା : ମାଟିକୁ ଛୁଇଁ ଅନୁଭବ କଲା ମହକ , ଦେଖନ୍ତୁ ହୃଦୟକୁ ଛୁଇଁଲା ପରି ଭିଡିଓ Kanak News

କାହାର ବନ୍ଦୀ ହୋଇ ରହିବା ହେଉ ବା ପିଞ୍ଜରାରେ ଲୁହା ଶିକୁଳିରେ ବନ୍ଧା ହୋଇ ରହିବା ଜୀବନ ସବୁଠାରୁ କଷ୍ଟକର ହୋଇଥାଏ । ଦୀର୍ଘ ଦିନ ପରେ ଯେତେବେଳେ ଜଣେ ଏହି ବନ୍ଧନରୁ ମୁକ୍ତି ପାଇଥାଏ ସେତେବେଳେ ଏକ ନିଆରା ଅନୁଭବ ହୋଇଥାଏ । ମଣିଷ ହେଉ ବା ପଶୁ ସ୍ୱାଧୀନତାର ଜୀବନ ସମସ୍ତଙ୍କ ପାଇଁ ନୂଆ ଖୁସି ଓ ଅନୁଭୂତି ଆଣିଦେଇଥାଏ ।

ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଠି ୧୩ ବର୍ଷ ପରେ ସିଂହଟିଏ ସର୍କସରୁ ମୁକ୍ତ ହେବା ପରେ କିଭଳି କିଭଳି ଅନୁଭବ କରୁଛି ତାହା ଦେଖିବାକୁ ମିଳିଛି । ଯେଉଁଭଳି ଭାବେ ସିଂହଟି ଘାସ ଓ ମାଟିକୁ ଅନୁଭବ କରୁଛି ତାହାକୁ ଦେଖି ଅନେକ ସୋସିଆଲ ମିଡ଼ିଆ ୟୁଜର୍ସ ଭାବୁକ ହୋଇପଡିଛନ୍ତି । ଏହି ୨୭ ସେକେଣ୍ଡର ଭିଡିଓକୁ ଓଡ଼ିଆ ପୁଅ ତଥା ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦ ଟ୍ୱିଟରରେ ସେୟାର କରିଛନ୍ତି । ନିଜ ଜୀବନର ଅଧା ସମୟ ସର୍କସର ପିଞ୍ଜରାରେ କାଟିଥିବା ଏହି ସିଂହ ନିଜର ବାର୍ଦ୍ଧକ୍ୟ ଯୋଗୁଁ ସର୍କସରୁ ବାଦ ପଡିଥିବାବେଳେ ବହୁ ଦିନ ପରେ ନିଜ ଜୀବନକୁ ନେଇ ବଂଚିଛି । ସର୍କସରେ ବିଭିନ୍ନ କାରନାମା କରି ଦର୍ଶକଙ୍କ ମନୋରଞ୍ଜନ କରିଥିବା ସିଂହଟି ଶେଷ ସମୟ ବେଳକୁ ପୁଣି ନିଜ ଦୁନିଆକୁ ଫେରିଆସିଛି ।



from Kanak News https://ift.tt/2w7Ojks https://ift.tt/32sp6NP
୧୩ ବର୍ଷର ବନ୍ଦୀ ଜୀବନ ପରେ ସର୍କସରୁ ମୁକ୍ତ ହେଲା ଜଙ୍ଗଲର ରାଜା : ମାଟିକୁ ଛୁଇଁ ଅନୁଭବ କଲା ମହକ , ଦେଖନ୍ତୁ ହୃଦୟକୁ ଛୁଇଁଲା ପରି ଭିଡିଓ Kanak News ୧୩ ବର୍ଷର ବନ୍ଦୀ ଜୀବନ ପରେ ସର୍କସରୁ ମୁକ୍ତ ହେଲା ଜଙ୍ଗଲର ରାଜା : ମାଟିକୁ ଛୁଇଁ ଅନୁଭବ କଲା ମହକ , ଦେଖନ୍ତୁ ହୃଦୟକୁ ଛୁଇଁଲା ପରି ଭିଡିଓ Kanak News Reviewed by SUBHENDU BARAL on February 25, 2020 Rating: 5

No comments:

Powered by Blogger.