ଉମରକୋଟରେ ବଡ ଧରଣର ଡକାୟତି । ଘରେ ପସି ହାତଗୋଡ ବାନ୍ଧିଲେ, ନଗଦ ୬ ଲକ୍ଷ ଟଙ୍କା ସହ ସୁନାଗହଣ ଲୁଟ କଲେ Kanak News

loot in udala

କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳରେ ଏକ ବଡ ଧରଣର ଡକାୟତୀ ହୋଇଛି । ଗତ ରାତିରେ ମାରଣାସ୍ତ୍ର ଧରି ୮-୯ ଜଣ କୁର୍ଷୀ ଗାଁରେ ପସିଥିଲେ । ମୁହଁରେ କପଡା ବାନ୍ଧି ଥିବା ଏହି ଡକାୟତ ଗୋଷ୍ଠୀ ବିରଜୁ ସାହୁଙ୍କ ଘରେ ପସି ତାଙ୍କର ହାତଗୋଡ ବାନ୍ଧି ଦେଇଥିଲେ ।

ଏହାସହ ସେ ଓ ତାଙ୍କ ପତ୍ନୀଙ୍କୁ ମାରଣାସ୍ତ୍ର ଦେଖାଇ ଘରେ ଲୁଟ୍ କରିଥିଲେ । ଘରେ ଥିବା ଧାନ ଓ ମକା ବିକ୍ରି ଟଙ୍କା ନଗଦ ୬ ଲକ୍ଷ  ସହ ପ୍ରାୟ ଅଢେଇ ଲକ୍ଷ ଟଙ୍କାର ସୁନା ଗହଣ ଲୁଟି ନେଇଛନ୍ତି । ପରେ ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି ।



from Kanak News https://ift.tt/2wIok3q https://ift.tt/2wNjLoF
ଉମରକୋଟରେ ବଡ ଧରଣର ଡକାୟତି । ଘରେ ପସି ହାତଗୋଡ ବାନ୍ଧିଲେ, ନଗଦ ୬ ଲକ୍ଷ ଟଙ୍କା ସହ ସୁନାଗହଣ ଲୁଟ କଲେ Kanak News ଉମରକୋଟରେ ବଡ ଧରଣର ଡକାୟତି । ଘରେ ପସି ହାତଗୋଡ ବାନ୍ଧିଲେ, ନଗଦ ୬ ଲକ୍ଷ ଟଙ୍କା ସହ ସୁନାଗହଣ ଲୁଟ କଲେ Kanak News Reviewed by SUBHENDU BARAL on February 25, 2020 Rating: 5

No comments:

Powered by Blogger.