
କନକ ବ୍ୟୁରୋ : ଚଳିତବର୍ଷ ସ୍ବାଇନ୍ ଫ୍ଲୁ ରାଜ୍ୟରେ ପ୍ରଥମ ମୁଣ୍ଡ ନେଇଛି। କଟକର ଅଞ୍ଚଳର ୭୨ ବର୍ଷ ବୟସ୍କ ଜଣେ ମହିଳା ସ୍କାଇନ୍ ଫ୍ଲୁରେ ଗତ ୨୧ତାରିଖରେ ପ୍ରାଣ ହରାଇଛନ୍ତି। ଗତ ୮ଦିନ ଧରି ସେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ। ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଚଳିତମାସଠାରୁ ରାଜ୍ୟରେ ସ୍ବାଇନ୍ ଫ୍ଲୁରେ ଦ୍ରୁତ ବୃଦ୍ଧି ଘଟିବା ଲୋକଙ୍କ ମନରେ ଆତଙ୍କ ଖେଳାଇ ଦେଇଛି।
ସୂଚନା ଅନୁଯାୟୀ, ଗତ ୧୪ତାରିଖରେ ସଂପୃକ୍ତ ମହିଳା ଜଣକ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ। ପରବର୍ତୀ ସମୟରେ ପରୀକ୍ଷାରେ ତାଙ୍କୁ ଏନ୍୧ଏନ୍୧ ପଜିଟିଭ୍ ରହିଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ମାତ୍ର ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଅପରପକ୍ଷରେ ଚଳିତମାସରେ ସ୍ବାଇନ୍ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତମାସରେ କେବଳ ଗୋଟିଏ ପଜିଟିଭ୍ ଘଟଣା ନଜରକୁ ଆସିଥିବା ବେଳେ ଚଳିତମାସ ୨୫ଦିନ ଭିତରେ ୧୫ଟି ପଜିଟିଭ୍ ଘଟଣା ସାମ୍ନାକୁ ଆସିଛି। ବିଶେଷକରି ରାଜଧାନୀର ଆଖପାଖ ଅଞ୍ଚଳ ଓ କଟକରେ ଜଣେ ପରେ ଜଣେ ଏଥିରେ ଆକ୍ରାନ୍ତ ହେଉଛନ୍ତି ।
from Kanak News https://ift.tt/32t1Gbc https://ift.tt/2SZEmPa
No comments: