ଓଡିଶାରେ ମମତା ବାନାର୍ଜୀ । ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବେ, ୨୮ରେ ପୂର୍ବାଂଚଳ ଜୋନାଲ କାଉନସିଲ ବୈଠକରେ ସାମିଲ ହେବେ Kanak News

କନକ ବ୍ୟୁରୋ : ଓଡିଶାରେ ମମତା ବାନାର୍ଜୀ । ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତକାଲି ଭୁବନେଶ୍ୱରରେ ପହଁଚିଛନ୍ତି । ତେବେ ଭୁବନେଶ୍ୱର ବିମାନ ବନ୍ଦରରୁ ସେ ସିଧାସଳଖ ପୁରୀ ଯାଇଛନ୍ତି । ପୁରୀରେ ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବେ ମମତା ବାନାର୍ଜୀ । ପରେ ଆସନ୍ତାକାଲି ସେ ଭୁବନେଶ୍ୱର ଆସିବେ । ୨୮ ତାରିଖ ଦିନ ଭୁବନେଶ୍ୱରରେ ହେବାକୁ ଥିବା ପୂର୍ବାଂଚଳ ଜୋନାଲ କାଉନସିଲ ବୈଠକରେ ସାମିଲ ହେବେ ମମତା ବାନାର୍ଜୀ ।

ଏହି ବୈଠକରେ ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହେବେ । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ ଓ ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତାମଙ୍ଗ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ପୂର୍ବାଂଚଳ ଜୋନାଲ କାଉନସିଲ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଯୋଗ ଦେବେ । ବୈଠକରେ ନକ୍ସଲବାଦ, କୋଇଲା ରୟାଲଟି ଏବଂ କେନ୍ଦ୍ରୀୟ ଅନୁଦାନ ନେଇ ଆଲୋଚନା ହେବ ।



from Kanak News https://ift.tt/38Z5ymB https://ift.tt/2HUtsnx
ଓଡିଶାରେ ମମତା ବାନାର୍ଜୀ । ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବେ, ୨୮ରେ ପୂର୍ବାଂଚଳ ଜୋନାଲ କାଉନସିଲ ବୈଠକରେ ସାମିଲ ହେବେ Kanak News ଓଡିଶାରେ ମମତା ବାନାର୍ଜୀ । ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବେ, ୨୮ରେ ପୂର୍ବାଂଚଳ ଜୋନାଲ କାଉନସିଲ ବୈଠକରେ ସାମିଲ ହେବେ Kanak News Reviewed by SUBHENDU BARAL on February 25, 2020 Rating: 5

No comments:

Powered by Blogger.