ଲାଂଚୁଆ ଅଫିସରଙ୍କୁ ନବୀନଙ୍କ ଫାଇଭ-ଟି ଛାଟ । ୨ ବରଖାସ୍ତ, ୬ ବରିଷ୍ଠଙ୍କ ପେନସନ ବନ୍ଦ Kanak News

କନକ ବ୍ୟୁରୋ : ଅଫିସରଙ୍କୁ ଫାଇଭ-ଟି ଛାଟ । ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ପୁଣି ନେଇଛନ୍ତି କଠୋର ପଦକ୍ଷେପ । ମୁଖ୍ୟମନ୍ତ୍ରୀ ୬ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିବା ସହ ସେମାନଙ୍କ ପେନସନ ସୁବିଧା ମଧ୍ୟ ସ୍ଥାୟୀ ଭାବରେ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା ୨ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ତଥା ଓବିସିସିର ବରିଷ୍ଠ ପ୍ରୋଜେକ୍ଟ ମ୍ୟାନେଜର ଅରୁଣ ପରିଡା, ଅବସର ପ୍ରାପ୍ତ ସହକାରୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ସବଡିଭିଜନ କାମାକ୍ଷାନଗରର ପ୍ରମୋଦ ବେହେରା, ପୁରୀ ଗ୍ରାମ୍ୟ ଉନ୍ନୟନ ବିଭାଗର ଅବସର ପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ବ୍ରଜସୁନ୍ଦର ପଟ୍ଟନାୟକ, କଟକ ମହାନଗର ନିଗମର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଖଗେଶ୍ୱର ସ୍ୱାଇଁ ଏବଂ ସମ୍ବଲପୁରର ରାସ୍ତା ଓ କୋଠାବାଡି ଡିଭିଜନର ଅବସରପ୍ରାପ୍ତ ଅଧିକ୍ଷଣ ଯନ୍ତ୍ରୀ ବିବେକାନନ୍ଦ ମହାନ୍ତିଙ୍କ ପେନସନ ସ୍ଥାୟୀ ଭାବେ ବନ୍ଦ କରାଯାଇଛି ।

ଅନ୍ୟପଟେ କଳାହାଣ୍ଡି କୋକସରା ତହସିଲର ଆରାଇ ଈଶ୍ୱରୀ ପ୍ରସାଦ ପୁରୋହିତ ଓ ସୋନପୁର ଜିଲ୍ଲା ବୀରମହାରାଜପୁର ଆରଆଇ ଅରୁଣ ପୁରୋହିତଙ୍କୁ ବାଧ୍ୟତା ମୂଳକ ଅବସର ଦିଆଯାଇଛି । ଏହି ସମସ୍ତ ଅଧିକାରୀ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗତ ଅଗଷ୍ଟ ମାସରୁ ବର୍ତମାନ ସୁଦ୍ଧା ୭୪ ଜଣ ଅଧିକାରୀଙ୍କୁ ବରଖାସ୍ତ କରାଯାଇଥିବା ବେଳେ ୧୫ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।



from Kanak News https://ift.tt/2SZdFKF https://ift.tt/2PZfoxX
ଲାଂଚୁଆ ଅଫିସରଙ୍କୁ ନବୀନଙ୍କ ଫାଇଭ-ଟି ଛାଟ । ୨ ବରଖାସ୍ତ, ୬ ବରିଷ୍ଠଙ୍କ ପେନସନ ବନ୍ଦ Kanak News ଲାଂଚୁଆ ଅଫିସରଙ୍କୁ ନବୀନଙ୍କ ଫାଇଭ-ଟି ଛାଟ । ୨ ବରଖାସ୍ତ, ୬ ବରିଷ୍ଠଙ୍କ ପେନସନ ବନ୍ଦ Kanak News Reviewed by SUBHENDU BARAL on February 24, 2020 Rating: 5

No comments:

Powered by Blogger.