ଯୁବକଙ୍କୁ ପିଟିପିଟି ହତ୍ୟା : ଅଭିଯୁକ୍ତ ଫେରାର, ଗୁଣିଗାରେଡି ସନ୍ଦେହରେ ହତ୍ୟା !

ରାୟଗଡା ୨୪।୦୨: ଗୁଣିଆ ସନ୍ଦେହରେ ଯୁବକଙ୍କ ହତ୍ୟା ଅଭିଯୋଗ । ରାୟଗଡା ଜିଲ୍ଲା ଶେଷଖାଲ ଥାନା ବାଲାପାଡୁ ଗାଁରେ ଏଭଳି ହତ୍ୟାକାଣ୍ଡ ଘଟିଛି । ମୃତକ ଘାସି ମିଣିଆକା ବୋଲି ଜଣାପଡିଛି । ତାଙ୍କୁ କିଛି ଲୋକ ଲୁହା ଛଡରେ ପିଟି ପିଟି ହତ୍ୟା କରିଛନ୍ତି  । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, କିଛି ଦିନ ତଲେ ବାଲାପାଡୁ ଗାଁରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା । ତେବେ ବୃଦ୍ଧଙ୍କୁ ଘାସି ଗୁଣି କରି ହତ୍ୟା କରିଥିବା ପରିବାର ଲୋକ  ଅଭିଯୋଗ କରିଥିଲେ । ଘଟଣାକୁ ନେଇ ବୃଦ୍ଧାଙ୍କ ପରିବାର ଲୋକ ଘାସିଙ୍କ ହତ୍ୟା ଧମକ ଦେଇଥିଲେ ।ତେବେ ଗତ ଶନିବାର ଦିନ ଘାସି ନିଜ କୁଡିଆରେ ଶାଇଥିଲେ । ସେହି ସମୟରେ ମୃତ ବୃଦ୍ଧାଙ୍କ ଦୁଇ ପୁଅ ଘାସିଙ୍କ କୁଡିଆକୁ ଯାଇ ଆକ୍ରମଣ କରିଥିଲେ । ଲୁହା ଛଡରେ ଆକ୍ରମଣ ଯୋଗୁଁ ଘଟଣାସ୍ଥଳରେ ଘାସିଙ୍କ ମୃତ୍ୟୁ ହୋଇଯାଇଥିଲା । ଘାସିଙ୍କ ଶରୀରେ ବହୁ ଗଭୀର କ୍ଷତ ରହିଛି ।

ରବିବାର ଦିନ ସକାଳ ସମୟରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲେ । ଏବଂ ଶବକୁ ନିକଟସ୍ଥ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ମେଡିକାଲରେ ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ଘଟଣାକୁ ନେଇ ଘାସିଙ୍କ ସାନଭାଇ ସତ୍ୟ ମିଣିଆକା ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ହତ୍ୟାକାଣ୍ଡରେ ଅଭିଯୁକ୍ତ ଦୁଇ ଭାଇ ଫେରାର ଅଛନ୍ତି । ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।   



from Prameya News7 https://ift.tt/2SQpa6X
ଯୁବକଙ୍କୁ ପିଟିପିଟି ହତ୍ୟା : ଅଭିଯୁକ୍ତ ଫେରାର, ଗୁଣିଗାରେଡି ସନ୍ଦେହରେ ହତ୍ୟା ! ଯୁବକଙ୍କୁ ପିଟିପିଟି ହତ୍ୟା : ଅଭିଯୁକ୍ତ ଫେରାର, ଗୁଣିଗାରେଡି ସନ୍ଦେହରେ ହତ୍ୟା ! Reviewed by SUBHENDU BARAL on February 23, 2020 Rating: 5

No comments:

Powered by Blogger.