ଦୁଇ ଦିନ ଧରି ଘଡଘଡି ସହ ବର୍ଷା , ମାର୍ଚ୍ଚ ୪ରୁ ଉପରମୁହାଁ ହେବ ପାରଦ

ଭୁବନେଶ୍ବର ୨୪।୦୨: ମାର୍ଚ୍ଚ ୪ରୁ ବଢିବ ଖରା । ଉପରମୁହାଁ ରହିବ ପାରଦ । କିନ୍ତୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ମଧ୍ୟ ପ୍ରଦେଶ ଓ ମହାରାଷ୍ଟ୍ର ଉପରେ ଟ୍ରପଲାଇନ ପଭାବରେ ଏଭଳି ପାଗ ଲାଗି ରହିବ ବୋଲି ପ।ଣିପାଗ ବିଭାଗ ପୂର୍ବାନୁମାନ କରିଛି ।

 ବିଶେଷ କରି ସୋମବାର ଏବଂ  ମଙ୍ଗଳବାର ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ରାଜ୍ୟର ଅଧିକାଶଂ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ତେବେ ମଙ୍ଗଳବାର ଦିନ ପୁରୀ,କଟକ, କେନ୍ଦ୍ରାପଡା, ଯାଜପୁରର ,ଜଗତସିଂହପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି । ବର୍ଷା ପରେ ବିଭିନ୍ନ ସ୍ଥାନରେ ଘନକୁହୁଡ଼ି ଦେଖାଯିବ ଏବଂ କ୍ରମଶଃ ଖରା ବଢ଼ିବ ।



from Prameya News7 https://ift.tt/2w2aMzG
ଦୁଇ ଦିନ ଧରି ଘଡଘଡି ସହ ବର୍ଷା , ମାର୍ଚ୍ଚ ୪ରୁ ଉପରମୁହାଁ ହେବ ପାରଦ ଦୁଇ ଦିନ ଧରି ଘଡଘଡି ସହ ବର୍ଷା , ମାର୍ଚ୍ଚ ୪ରୁ ଉପରମୁହାଁ ହେବ ପାରଦ Reviewed by SUBHENDU BARAL on February 23, 2020 Rating: 5

No comments:

Powered by Blogger.