୧୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ଲମତାପୁଟ ୨୮।୨: କୋରାପୁଟ ଜିଲ୍ଲା ଜଲାପୁଟରୁ ଶିମିଳିଗୁଡା ଚାଲାଣ ବେଳେ ମାଛକୁଣ୍ଡ ଲମତାପୁଟ ପୋଲିସ ହାତରେ ଧରାପଡିଛି । ୧ କ୍ବିଣ୍ଟାଲ ୭୩ କେ.ଜି. ଗଞ୍ଜେଇ । ଗଞ୍ଜେଇ ଚାଲାଣ ବେଳେ ବ୍ୟବହୃତ ହୋଇଥିବା ପିକଅପ ଜବତ କରିବା ସହ ଜଣକୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତି ହେଲେ ସାମୁଏଲ ଦୁସୁରା ବାରିକ । ତାଙ୍କ ଘର ପଟାଙ୍ଗୀ ବ୍ଲକ ପଣ୍ଡେଇ ଗାଁରେ ।  ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧୦ ଲକ୍ଷ  ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । 

ସୂଚନାଯୋଗ୍ୟ ଯେ, ସଗର ଗ୍ରାମ ଛକ ନିକଟରେ ମାଛକୁଣ୍ଡ ଲମତାପୁଟ ପୋଲିସ ପେଟ୍ରୋଲିଂ କରି ଗାଡି ଯାଞ୍ଚ କରୁଥିବା ସମୟରେ ଜଲାପୁଟ ପଟୁ ଏକ ଦ୍ରୁତ ଗତିରେ ଆସୁଥିବା ମହିନ୍ଦ୍ରା ମେକ୍ସ ପିକଅପକୁ ଅଟକାଇଥିଲା ପୋଲିସ । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଜଣକୁ କାବୁ କରିବାରେ ପୋଲିସ ସଫଳ ହୋଇଥିଲା ।  ଭ୍ୟାନକୁ ଯାଞ୍ଚ କରିବା ବେଳେ ଏଥିରେ ବିପୁଳ ପରିମାଣର ଗଞ୍ଜେଇ ଥିବା ଜଣାପଡିଥିଲା । 

ପୋଲିସ ଗାଡି ଜବତ କରିବା ପରେ ଯୁବକକୁ ଗିରଫ କରି ଥାନାକୁ ଆଣିଛି ।  ଯୁବକକୁ  ପଚରାଉଚରା ବେଳେ  ସ୍ଥାନୀୟ ଯୁବକଙ୍କ ସପୃକ୍ତି ଥିବା ଜଣାପଡିଛି । ଗିରଫ ଯୁବକ ସାମୁଏଲକୁ ପଚରା ଉଚରା ପରେ ଆଜି କୋର୍ଟ ଚାଲାଣ କରିବ ପୋଲିସ ।



from Prameya News7 https://ift.tt/2I4VQDz
୧୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ ୧୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ Reviewed by SUBHENDU BARAL on February 27, 2020 Rating: 5

No comments:

Powered by Blogger.