ନୀଳଗିରି ୨୮।୨: ବାଲେଶ୍ବର ଜିଲ୍ଲା ନୀଳଗିରି କେ.ସି. ହାଇସ୍କୁଲରେ ଅଗ୍ନିକାଣ୍ଡ । ମାଟ୍ରିକ୍ ପରୀକ୍ଷା ପାଇଁ ଏହି ସ୍କୁଲରେ ନୋଡାଲ ସେଣ୍ଟର ଅର୍ଥାତ୍ ପ୍ରଶ୍ନପତ୍ର ରଖାଯାଇଥିବା ବେଳେ ଅଗ୍ନିକାଣ୍ଡ ଘଟିଛି । ବିଶେଷ କରି ପ୍ରଶ୍ନପତ୍ର ରଖାଯାଇଥିବା ଷ୍ଟ୍ରଙ୍ଗ ରୁମ୍ ଚାରିପାଖେ ନିଆଁ ଲାଗି ଯାଇଥିବାରୁ ପରୀକ୍ଷା ନେଇ ଆଶଙ୍କା ପ୍ରକାଶ ପାଇଥିଲା ।

ସୂଚନାଯୋଗ୍ୟ ଯେ, କେ.ସି. ହାଇସ୍କୁଲରେ ମାଟ୍ରିକ ପରୀକ୍ଷା ପାଇଁ ୧୧ଟି ସ୍କୁଲର ପ୍ରଶ୍ନପତ୍ର ରଖାଯାଇଛି । ତେବେ ଷ୍ଟ୍ରଙ୍ଗ ରୁମ୍ ପାଖରେ ଥିବା ଏକ କୋଠରୀରେ ସର୍ଟ ସର୍କିଟ୍ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ କମ୍ପ୍ୟୁଟର ଓ ପ୍ରିଣ୍ଟର ସମ୍ପୂର୍ଣ୍ଣ ଜଳିଯାଇଛି ।

ଘଟଣାସ୍ଥଳରେ ଦମକଳବାହିନୀ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପରେ ପୋଲିସ ଉପସ୍ଥିତିରେ ପର୍ଯ୍ୟବେକ୍ଷକ ଓ ଉପରିସ୍ଥ ଅଧିକାରୀ ଷ୍ଟ୍ରଙ୍ଗ ରୁମ୍ ଖୋଲି ଯାଞ୍ଚ କରିଥିବା ବେଳେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ଦେଇଛନ୍ତି ।
from Prameya News7 https://ift.tt/386IzVJ
ମାଟ୍ରିକ୍ ପରୀକ୍ଷା ନୋଡାଲ ସେଣ୍ଟରରେ ଅଗ୍ନିକାଣ୍ଡ, ୧୧ଟି ସ୍କୁଲର ପ୍ରଶ୍ନପତ୍ର ରଖାଯାଇଥିଲା
Reviewed by SUBHENDU BARAL
on
February 27, 2020
Rating:
No comments: